‘ଭୁଲ ଭୁଲେୟା୨’ର ଫାଷ୍ଟଲୁକ୍ ରିଲିଜ୍

ହରର୍ କମେଡ଼ି ‘ଭୁଲ୍ ଭୁଲେୟା’ ପାର୍ଟ ୨ର ଘୋଷଣା ହେବା ପରଠାରୁ ଏହାର ଷ୍ଟାରକାଷ୍ଟକୁ ନେଇ ଅନେକ କିଛି ଚର୍ଚ୍ଚା ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଏହାର ଫାଷ୍ଟଲୁକ୍ ରିଲିଜ୍ ହେବା ପରେ ଷ୍ଟାରକାଷ୍ଟକୁ ନେଇ ସିନେପ୍ରେମୀଙ୍କ ମନରେ ଥିବା ସବୁ ଦ୍ୱନ୍ଦ୍ୱ ଦୂର ହୋଇଛି । ‘ଭୁଲ ଭୁଲେୟା୨’ର ନାୟକ ଭାବେ ଅକ୍ଷୟ କୁମାରଙ୍କ ବଦଳରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖିବାକୁ ମିଳିବ । କାର୍ତ୍ତିକ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ମାଧ୍ୟମରେ ଫିଲ୍ମର ୩ଟି ପୋଷ୍ଟର୍ ସେୟାର୍ କରିଛନ୍ତି ।

ପ୍ରଥମ ପୋଷ୍ଟରରେ କାର୍ତ୍ତିକ ସୋଫା ଉପରେ ବସିଛନ୍ତି ଏବଂ ତାଙ୍କ ପଛରେ ଦୁଇଟି ମହମବତୀ ଜଳୁଛି । ପୋଷ୍ଟରର୍ ବ୍ୟାକଗ୍ରାଉଣ୍ଡ୍ ଭାବେ ଏକ ପେଣ୍ଟିଙ୍ଗ୍ ରହିଛି, ଯେଉଁଥିରେ ‘ଭୁଲ ଭୁଲେୟା’ର ନୃତ୍ୟାଙ୍ଗନା ନଜର ଆସୁଛନ୍ତି । ଦ୍ୱିତୀୟ ପୋଷ୍ଟରରେ କାର୍ତ୍ତିକ ଖପୁରି ଓ କଙ୍କାଳ ଭିତରେ ଶୋଇଥିବାର ଦେଖିବାକୁ ମିଳୁଛି । ତୃତୀୟ ପୋଷ୍ଟରରେ କାର୍ତ୍ତିକ ଝରକା ଭିତରୁ ବାହାରକୁ ଦେଖୁଛନ୍ତି । ଅକ୍ଷୟଙ୍କ ଲୁକ୍ ଯେଉଁଭଳି ଥିଲା କାର୍ତ୍ତିକ ମଧ୍ୟ ଠିକ୍ ସେଭଳି ଲୁକରେ ଅଛନ୍ତି । କହିରଖୁଛୁ ୨୦୦୭ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ହିଟ୍ ଫିଲ୍ମ ‘ଭୁଲ ଭଲେୟା’ ଏକ ମାଲାୟାଲାମ୍ ଫିଲ୍ମର ରିମେକ୍ ଭାବେ ପ୍ରସ୍ତୁତ ହୋଇଥିଲା । ଏଥିରେ ଅକ୍ଷୟଙ୍କ ଡାଇଲଭ୍ ଡେଲିଭରି ସହିତ କମେଡ଼ିର ତଡ଼କା ଦର୍ଶକଙ୍କ ମନ କିଣି ନେଇଥିଲା । ତେବେ ଅକ୍ଷୟଙ୍କ ତୁଳନାରେ ସିନେପ୍ରେମୀ କାର୍ତ୍ତିକଙ୍କୁ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *