ଲକ୍‌ଡାଉନ୍‌କୁ ୧୬ଦିନ: ବସ୍ତିବାସିନ୍ଦାଙ୍କୁ ମିଳିନି ରାସନ୍‌

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଜନତା ର୍କଫ୍ୟୁଠାରୁ ଆରମ୍ଭ କରି ଭୁବନେଶ୍ଵରର ଲୋକେ ଲକ୍‌ଡାଉନ୍‌ ପରିସ୍ଥିତିରେ ରହିଛନ୍ତି। ଏଥିରେ ସବୁବର୍ଗର ଜନସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲେ ମଧ୍ୟ ଦିନମଜୁରିଆ  ବିଶେଷକରି ବସ୍ତି ବାସିନ୍ଦା ତାଙ୍କ ଜୀବୀକା ହରାଇଛନ୍ତି। ଏହାକୁ ପରିପୂରଣ କରିବା ଲାଗି କେନ୍ଦ୍ର ଓ ରାଜୃ ସରକାର ଆଶ୍ଵସ୍ତି ଦେଇଥିଲେ ସୁଦ୍ଧା ସେହି ସହା୍ରତା ଏଯାଏ ସାଲିଆ ସାହି ବସ୍ତିବାସିନ୍ଦାଙ୍କ ପାଖଷର ପହ୍ୟ୍ଚି ନାହିଁ ବୋଲି ବସ୍ତି ସୁରକ୍ଷା ମଞ୍ଚ ଅଭିଯୋଗ କରିଛି। ସାଲିଆସାହି ଲକ୍ଷ୍ମୀପୁର ସାନ୍ତାଳ ବସ୍ତି, ନୀଳାଦ୍ରି ବିହାର ବସ୍ତି, ଗଣପତି ନଗର, ସୁବାସ ବୋଷ ନଗର ଆଦି ଅନେକ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଭୋକ ଉପାସରେ ପଡିଥିବା ବସ୍ତିବାସିନ୍ଦାଙ୍କୁ ତୁରନ୍ତ ରନ୍ଧାଖାଦ୍ୟ ଓ ସହାୟତା ଯୋଗାଇଦେବାକୁ ଲିଖିତ ଦାବି କରିବା ପରେ ମଧ୍ୟ ପ୍ରଶାସନ ଦ୍ଵାରା ଦିଆଯାଉଥିବେ ସୁବିଧାରୁ ବଞ୍ଚିତ ହୋଇଥିବାରୁ ସେମାନେ ବିଏମ୍‌ସି ପାଖରେ ଅଭିଯୋଗ କରିଛନ୍ତି।

ଯଦିଓ ଅଧିକାଂଶ ବସ୍ତିବାସିନ୍ଦାଙ୍କ ଏହିସବୁ କାର୍ଡ଼ ରହିଛି କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ବସ୍ତିବାସିନ୍ଦା ମାନଙ୍କୁ ଚାଉଳ, ଡାଲି ଓ ଟଙ୍କା ଆଦି କୌଣସି ପ୍ରକାର ସହାୟତା ପ୍ରଦାନ କରାଯାଇନାହିଁ। ତୁରନ୍ତ ଏହିସବୁ ଟଙ୍କା ଓ ସହାୟତା ପ୍ରଦାନ କଲେ ଅନ୍ତତଃ ଭୋକ ଉପାସରେ ସଢ଼ୁଥିବା ବସ୍ତିବାସିନ୍ଦା ବଞ୍ଚିଯିବେ ବୋଲି ଜଣାଇବା ପରେ ମଧ୍ୟ ବିଏମସି ଅବା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।
ପ୍ରକାଶଯୋଗ୍ୟ, ରାଜ୍ୟ ସରକାର ଘୋଷଣା କରିଥିବା ପ୍ରତ୍ୟେକ ରେସନ କାର୍ଡ଼ଧାରୀ ପରିବାରକୁ 3 ମାସର ଆଗୁଆ ରେସନ ଚାଉଳ, 1 କିଲୋଗ୍ରାମ ଡାଲି ଓ 1000 ଟଙ୍କା ମଧ୍ୟରୁ ଭୁବନେଶ୍ୱରର ବସ୍ତିବାସିନ୍ଦାଙ୍କୁ ମାତ୍ର 1 ପ୍ରତିଶତରୁ କମ ପରିବାରକୁ କେବଳ ଚାଉଳ ଦିଆଯାଇଛି। ଯେଉଁମାନଙ୍କୁ ଚାଉଳ ଦିଆଯାଇଛି ସେମାନଙ୍କୁ ଡାଲି ଓ ଟଙ୍କା ମଧ୍ୟ ଦିଆଯାଇନାହିଁ। ରେସନ କାର୍ଡରେ କେବଳ ଚାଉଳ ବଣ୍ଟନ ମାତ୍ର ଗୋଟିଏ ଦିନ କରାଯିବା ପରେ ସଟ ଡାଉନ ଯୋଗୁଁ ତିନି ଦିନ ହେଲା ବଣ୍ଟନ ବନ୍ଦ ରଖାଯାଇଛି। ଭୁବନେଶ୍ୱରର କୌଣସି ବସ୍ତିବାସିନ୍ଦା ନିର୍ମାଣ ଶ୍ରମିକ ଅଦ୍ୟାବଧି ଟଙ୍କା ପାଇନାହାନ୍ତି। କୌଣସି ଜନ ଧନ ଆକାଉଣ୍ଟକୁ ମଧ୍ୟ ଟଙ୍କା ଆସିନାହିଁ। ଅନେକ ବସ୍ତିବାସିନ୍ଦା ପରିବାରଙ୍କ ରେସନ କାର୍ଡ଼ ଗାଁରେ ରହିଛି କିନ୍ତୁ ସେହି ପରିବାରମାନେ ଅଚାନକ ଲକ ଡାଉନ ଯୋଗୁଁ ଏଠାରେ ଫସି ରହିଛନ୍ତି। ଅନେକ ପରିବାର ବର୍ଷ ବର୍ଷ ଧରି ବସ୍ତି ଅଞ୍ଚଳରେ ଭଡାରେ ରହୁଥିଲେ ସୁଦ୍ଧା, ଏହି ବସ୍ତିହିଁ ସେମାନଙ୍କର ଆଶ୍ରୟସ୍ଥଳୀ ହୋଇଥିବା ସତ୍ତ୍ୱେ ସେମାନଙ୍କ ପାଖରେ କୌଣସି କାର୍ଡ଼ ନାହିଁ। ଫଳରେ ହଜାର ହଜାର ବସ୍ତିବାସିନ୍ଦା ପରିବାର ଅନାହାର ଅର୍ଦ୍ଧାହାରରେ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି। କୋରନା ଆତଙ୍କ ଠାରୁ ଭୋକର ଦାଉ ଏମାନଙ୍କ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି।
ସବୁ ବସ୍ତିବାସିନ୍ଦା ପରିବାରଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସରକାରୀ ଘୋଷିତ ସହାୟତା ଯୋଗାଇ ଦେବାକୁ ଏବଂ ସେପର୍ଯ୍ୟନ୍ତ ପ୍ରତି ବସ୍ତିରେ ସମସ୍ତ ଭୋକିଲା ପରିବାରକୁ ଦିନକୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇଦେବାକୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ସରକାର ଓ ପ୍ରଶାସନ ନିକଟରେ  ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *