ପୁଲିସ ଏସ୍‌ଆଇଙ୍କୁ କ୍ଷମତା: ୨ ମିଟର ଦୂରତା ନରଖିଲେ ୫୦୦ ଟଙ୍କା ଜୋରିମାନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵରରେ ପୁଲିସକୁ ପୁଲି ଏକ ନୁଆ କ୍ଷମତା ମିଳିଛି।  ଏଥର ସବ୍‌ ଇନ୍‌ସ୍ପେକ୍ଟର ପାହ୍ୟାର ଅଧିକାରୀ ଆପଣଙ୍କ ବଜାର ହାଟରେ ଜଗିବେ। ଯଦି ଆପଣ ଅନ୍ୟ ଜଣେ ଗ୍ରାହକ ବା ସେହି ଦୋକାନ ବଜାରରେ ଉପସ୍ଥିତ ଲୋକଙ୍କଠୁ ୬ ଫୁଟ ଅଥବା ୨ ମିଟର ଦୂରତା ନରଖୁଛନ୍ତି, ବା ତାଙ୍କୁ ଅନୁଭବ ହୁଏ ଯେ, ଆପଣ ଦୁଇମିଟର ଦୂରତା ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରୁଛନ୍ତି ତେବେ ଆପଣଙ୍କ ଉପରେ ୫୦୦ ଟଙ୍କା ଜୋରିାମାନା ଲାଗୁ କରିବେ। ଏହି ବ୍ୟବସ୍ଥା ୬୦ ଦିନ ଅର୍ଥାତ୍‌ ଦୁଇମାସ ପାଇଁ ଲାଗୁ ହେବ।

ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ସେମାନେ ଏହି ଜୋରିମାାନା ଆଦାୟ କରିବେ ବୋଲି ପୁଲିସ କମିଶନର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହା କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ଲାଗି ଗ୍ରହଣ କରାଯାଇଛି। ବୁଖ୍ୟତଃ ବଜାର ହାଟରେ ସୋଶାଲ୍‌ ଡିଷ୍ଟାନ୍ସିଂକୁ ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି କ୍ଷମତା ଧରି ନିକଟସ୍ଥ ଥାନାର ଅଧିକାରୀମାନେ ବିଭିନ୍ନ ବଜାର, ହାଟ ବୁଲିବେ। ସେମାନେ ଏହିସବୁ ଅଞ୍ଚଳରେ ସୋଶାଲ୍‌ ଡିଷ୍ଟାନ୍ସିଂ ନିୟମ ପାଳନ ହେଉଛି କି ନା ତାହାକୁ ଅନୁଧ୍ୟାନ କରିବେ। ତା’ଛଡ଼ା ବିଏମ୍‌ସି ଓ ସିଏମ୍‌ସି ଅଞ୍ଚଳରେ ଅନୁମତି ନଥାଇ ଖୋଲିଥିବା ଦୋକାନ ଏବଂ ଅନୁମତି ସମୟଠାରୁ ଖେଶଲୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଏହା ପୂର୍ବରୁ କମିଶନରେଟ୍‌ ପୁଲିସକୁ ମାସ୍କ ପିନ୍ଦୁ ନଥିବା ଲୋକଙ୍କଠୁ ଜୋରିମାନା ଆଦାୟ କ୍ଷମତା ମିଳିଥିଲା। ପ୍ରଥମ ତିନିଥର ୨୦୦ ଟଙ୍କା ଏବଂ ପରେ ସମ୍ପୃକ୍ତ ଅପରାଧ ଲାଗି ୫୦୦ ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *