କୋଭିଡ୍୧୯: କରୋନା ଭୟରେ ସୂର୍ଯ୍ୟନଗର ସିଲ୍, ଜାଣନ୍ତୁ ୫ମ ରୋଗୀ କିଏ
ଭୁବନେଶ୍ଵର, (ଓଟି): କରୋନା ସଂକ୍ରମିତଙ୍କୁ ସାମାଜିକ ପ୍ରତିବନ୍ଧକରୁ ମୁକ୍ତ କରିବା ପାଇଁ ପରିଚୟ ପ୍ରଘଟ ନକରିବାକୁ ନୈତିକ ଦାୟତ୍ଵ ଥିଲେ ମଧ୍ୟ ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଜନସ୍ଵାର୍ଥକୁ ଆଖିରେ ରଖି ପରିଚୟ ପ୍ରଘଟ କରାଯାଇଛି । ୟୁନିଟ୍୭ ସୂର୍ଯ୍ୟନଗର ଅଞ୍ଚଳରେ ପ୍ଲଟ୍ ନମ୍ବର ୩୭ାର ରହୁଥିବା ଏହି ସଦ୍ୟ ଚିହ୍ନିତ କରୋନା ପଜିଟିଭ୍ଙ୍କ ନାଁ ହେଉଛି ପ୍ରଦୀପ କୁମାର ଦଳ ବେହେରା। ଏହାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ତୁରନ୍ତ ସରକାରଙ୍କ ୧୦୪ ହେଲ୍ପଲାଇନ୍ରେ ଯୋଗାଯୋଗ କରି ପଞ୍ଜିକରଣ କରିବାକୁ ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧରୀ ଅନୁରୋଧ କରିଛନ୍ତି ।
ଶ୍ରୀ ଦଳ ବେହେରା ଏ ଭିତରେ ବିଦେଶ ଯାଇ ନାହାନ୍ତି କି ରାଜ୍ୟ ବାହାରକୁ ଯାଇ ନାହାନ୍ତି। ହେଲେ ତାଙ୍କ ଶରୀରରେ କୋଭିଡ୍୧୯ କରୋନା ଭୁତାଣୁ ସଂକ୍ରମଣ କରିଛି। ସେ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କର ସାମ୍ପଲ ପରୀକ୍ଷା କରାଯାଇ ଗତକାଲି ଏହା ନିଶ୍ଚିତ କରାଯାଇଛି।ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସେ ଅନେକଗୁଡ଼ିଏ ରୋଗରେ ପିଡ଼ୀତ ଅଛନ୍ତି।
ଯଦିଓ ରାଜ୍ୟରେ ପୂର୍ବରୁ ୪ଜଣ କରୋନା ରୋଗୀ ଚିହ୍ନଟ କରାଯାଇଛି କିନ୍ତୁ ସେ ସମସ୍ତଙ୍କ ବାହାର ରାଜ୍ୟ ବା ବିଦେଶ ଗସ୍ତଇତିହାସ ରହିଛି। ହେଲେ ପ୍ରଦୀପଙ୍କ କ୍ଷେତ୍ରରେ ତାହା ନାହିଁ। ଏଣୁ ଏହା ସେ ଅଞ୍ଚଳରେ ବ୍ୟାପିବାର ଆଶଙ୍କା ରହିଛି। ମାର୍ଚ ୧ ତାରିଖ ପରଠାରୁ ତାଙ୍କୁ ଯେଉଁମାନେ ସାକ୍ଷାତ କରିଛନ୍ତି ସେମାନେ ସତର୍କ ହୋଇ ଘରେ ଏକାନ୍ତ ରହିବାକୁ ଅନୁରୋଧ କରାଯାଇଛି।
ସୂର୍ଯ୍ୟ ନଗର ସିଲ୍
ବିଏମ୍ସି ପକ୍ଷରୁ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରାଯାଇଛି। କୌଣସି ଗାଡ଼ି ବା ବ୍ୟକ୍ତିଙ୍କୁ ଏଠାକୁ ଭିତରକୁ ଛାଡ଼ି ଦିଆଯିବ ନାହିଁ କି ସେଠାରୁ କୌଣସି ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ଦିଆଯିବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯିବ।
ଯେଉଁ ରାସ୍ତାକୁ ବନ୍ଦ କରାଯାଇଛଇ ତାହା ହେଲା ଗୋପପବନ୍ଧୁ ଛକଠାରୁ ଗଙ୍ଗନଗର ଛକ, ଗଙ୍ଗନଗର ଛକଠୁ ଶିରିପୁର, ଶିରିପୁର ଛକରୁ ଗଙ୍ଗୋଗନଗର ଏବଂ ଗଙ୍ଗନଗରରୁ ଗୋପବନ୍ଧୁ ଛକ
ସାମାଜିକ ନିର୍ଯାତନା ଦେଲେ ଦଣ୍ଡ
ପ୍ରଦୀପଙ୍କ ପରିବାରକୁ ବିଏମ୍ସି ସମସ୍ତ ସୁରକ୍ଷା ଦେବ। ଆବଶ୍ୟକ ଜିନିଷ ଯୋଗାଇବ। ହେଲେ ତାଙ୍କ ପରିବାରକୁ କୌଣସି ବ୍ୟବକ୍ତି ଯଦି କୌଣସି ପ୍ରକାର ସାମାଜିକ ଆକ୍ଷେପ କରନ୍ତି ତେବେ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି।