ୟୁଟୁବରେ ଧମାକା – ‘କା ହୋ କା ହାଲ୍ ବା’
ଭୋଜପୁରୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ଅକ୍ଷରା ସିଂ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଭିଡିଓଗୁଡ଼ିକୁ ଦେଖିବା ପାଇଁ ପ୍ରଶଂସକମାନେ ସବୁବେଳେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ଏବେ ପ୍ରଶଂସକଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି ଏବଂ ଅକ୍ଷରାଙ୍କ ଏକ ନୂଆ ମ୍ୟୁଜିକ୍ ଭିଡିଓ ୟୁଟୁବକୁ ଆସିଛି । ଏହି ଭିଡିଓରେ ଅକ୍ଷରାଙ୍କ ଏକ ନୂଆ ଦେଶୀ ଅବତାର ଦେଖିବାକୁ ମିଳିଛି, ଯାହାକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି । ଏହି ଭିଡିଓ ସଙ୍ଗ୍ ହେଉଛି – ‘କା ହୋ କା ହାଲ୍ ବା…’ । ଏଥିରେ ଅକ୍ଷରା ଜଣେ ମଦୁଆର ସ୍ତ୍ରୀ ଭାବେ ଅଭିନୟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଅକ୍ଷରା ତାଙ୍କ ସ୍ୱାମୀକୁ ଅପେକ୍ଷା କରି ଘର ବାହାରେ ବସିଛନ୍ତି ।
ସ୍ୱାମୀ ମଦ ପିଇ ଘରକୁ ଫେରୁଛନ୍ତି ଏବଂ ନିଜ ପତ୍ନୀଙ୍କୁ ବାହାରେ ବସିଥିବା ଦେଖି ଚମକି ପଡ଼ୁଛନ୍ତି । ଏହାପରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ହେଉଥିବା ଝଗଡ଼ାକୁ ଗୀତ ମାଧ୍ୟମରେ ଶୁଣିବାକୁ ମିଳୁଛି । ନାଲି ରଙ୍ଗର ଶାଢିରେ ଅକ୍ଷରା ବେଶ୍ ଟ୍ରାଡିସନାଲ୍ ଲୁକରେ ନଜର ଆସିଛନ୍ତି । ଏହି ଭିଡିଓ ରିଲିଜ୍ ହେବାର କିଛି ଦିନ ମଧ୍ୟରେ ୩୦ ଲକ୍ଷ ଭ୍ୟୁଜ୍, ୨୩ ହଜାର ଲାଇକ୍ ଓ ୧ ହଜାର କମେଣ୍ଟ୍ ମିଳିସାରିଛି ।
ଅକ୍ଷରାଙ୍କ ଡ୍ୟାନ୍ସର ପ୍ରଶଂସା କରିବା ସହ ବିଭିନ୍ନ ପ୍ରକାର ମଜାଦାର୍ କମେଣ୍ଟ୍ ଦେଖିବାକୁ ମିଳିଛି । ଅନେକ ପ୍ରଶଂସକ ଗୀତର ମୁଖ୍ଡ଼ା ଅନୁଯାୟୀ ଅକ୍ଷରାଙ୍କ ଭଲମନ୍ଦ ବୁଝିବା ଉଦ୍ଦେଶ୍ୟରେ ଲେଖିଛନ୍ତି- ‘କା ହାଲ୍ ବା’ । ଆଉ କେତେଜଣ ପ୍ରଶଂସକ ଲେଖିଛନ୍ତି – ‘ଠିକ୍ ବା, ତୋହାର୍ କା ହାଲ୍ ବା’ । ଏହି ଭିଡିଓର ଭ୍ୟୁଜ୍ ସହିତ ଅକ୍ଷରାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି ।