ଭୁବନେଶ୍ୱରରେ ପାର୍କ ଓ ସାଧାରଣ ଖୋଲାସ୍ଥାନ ଡିଜିଟାଲ ପ୍ଲଟଫର୍ମର ଅନ୍ତର୍ଭୁକ୍ତ ହେବ: ଆପ୍ ଦ୍ୱାରା ଜାଣିହେବ ସୁବିଧା ସୁଯୋଗର ମାନ
ଭୁବନେଶ୍ୱର, ଜୁଲାଇ ୧୯: ସହରର ବାସିନ୍ଦା ଅଥବା ପର୍ଯ୍ୟଟକ ଭାବରେ ଆପଣ ନିକଟତମ ପାର୍କ କିମ୍ବା କୌଣସି ସାଧାରଣ ଖୋଲାସ୍ଥାନକୁ ବୁଲିବାକୁ ଇଛା କରୁଛନ୍ତିକି? ଯଦି ହଁ, ତେବେ ଆପଣଙ୍କ ମୋବାଇଲରେ ଭବିଷ୍ୟତରେ ଜାଣିପାରିବେ ପାର୍କ ଆଦି ସ୍ଥାନର ମାନ ସଂକ୍ରାନ୍ତରେ ସବିଶେଷ ତଥ୍ୟ I ଏଥିଲାଗି ଏକ ସ୍ଵତନ୍ତ୍ର ମୋବାଇଲ୍ ଆପ୍ ଆରମ୍ଭ କରିବାକୁ ଯାଉଛି ଭୁବନେଶ୍ଵର ସ୍ମାର୍ଟସିଟି। ଏହି ଆପ ଅଥବା ଡିଜିଟାଲ ପ୍ଲIଟଫର୍ମର ପ୍ରଥମ ପରୀକ୍ଷIମୂଳକ ପ୍ରଚଳନ ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ହେବାକୁ ଯାଉଛିI
ପ୍ରସ୍ତୁତିପଥରେଥିବା ଏହି ଆପ ବା ଡିଜିଟାଲ ପ୍ଲIଟଫର୍ମ ଜଣେ ଅତିଥି ବା ସହରର ନାଗରୀଙ୍କକୁ ପାର୍କର ଅବସ୍ଥିତି ବିଷୟରେ ସୂଚିତ କରିବା ସଂଗେ ସଂଗେ ସେହି ସବୁଜ ବଳୟ ଅଥବା ଖୋଳସ୍ଥାନରେ ଥିବା ମୌଳିକ ସୁବିଧା ସବୁ ବିଷୟରେ ଏବଂ ସେଥିସହ ସଂଲଗ୍ନ ମାନ ସମ୍ପର୍କରେ ସମ୍ୟକ ଧାରଣା ପ୍ରଦାନ କରିବାର ବ୍ୟବସ୍ଥା ରହିବ I
ଏହି ଅଭିନବ କଳ୍ପନାକୁ ରୁପାୟିତ କରିବାପାଇଁ କାର୍ଯ୍ୟରତ ଅଛନ୍ତି ସ୍ମାର୍ଟ ସିଟିର ବିଶେଷଜ୍ଞ। ଯେଉଁ ମାନଙ୍କର ଏକ ଛୋଟ ଦଳ ଏବେ ସହରକୁ ଆସିଥିଲେ I ଭୁବନେଶ୍ୱରରେ ରହଣି ସମୟରେ ସେମାନେ ଆମ ସହରର ମୁଖ୍ୟ ପାର୍କ, ଖୋଳସ୍ଥାନ ଆଦିକୁ ଯାଇ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ I ଏହି ପ୍ରଥମ ପରୀକ୍ଷIମୂଳକ ପଦକ୍ଷେପ ସ୍ମାର୍ଟ ସିଟି ମିଶନ ତରଫରୁ ବାସ୍ତବ ରୂପ ନେବାକୁ ଯାଉଛି I
ଏହି ପ୍ରସ୍ତାବିତ ଆପ ଜଣେ ବ୍ୟବହାରକାରୀ ଅଥବା ବ୍ୟବହାରକାରିଣୀଙ୍କୁ ପାର୍କ, ବଜାର, ଐତିହ କ୍ଷେତ୍ର ଏବଂ ପାଖରେ ଥିବା ଜଳାଶୟ, ଜଳଧାର, ପରିବହନପାଇଁ ବ୍ୟବହୃତ ସ୍ଥାନ ଏବଂ ରାସ୍ତା ମାନଙ୍କ ସମ୍ପର୍କିତ ତଥ୍ୟ ଦେବାସହିତ ବ୍ୟବହାରକାରୀ ଅଥବା ବ୍ୟବହାରକାରିଣୀଙ୍କୁ ନିଜଆଡୁ ସେହି ସ୍ଥାନ ସମ୍ପର୍କରେ ମତାମତ ଦେଇପାରିବାର ବ୍ୟବସ୍ଥା ରହିବI ଉଦାହରଣ ସ୍ୱରୂପ ଯଦି ଗୋଟିଏ ପାର୍କର ମାନକ ୬.୫ ନମ୍ବର ଅଛି, ପୁରା ମାର୍କ ୧୦ରୁ, ତେବେ ବୁଝିବାକୁ ପଡି଼ବଯେ ତାହାକୁ ଆହୁରି ଉନ୍ନତିକରଣ ଦିଗରେ କାମ କରିବାକୁ ପଡିବ ଏବଂ ଉତ୍ତମ ପାର୍କରେ ପରିବର୍ତିତ ହେବାକୁ ଚେଷ୍ଟା କରିବାକୁ ପଡିବ I
ଜଣେ ବ୍ୟବହାରକାରୀ ଅଥବା ବ୍ୟବହାରକାରିଣୀ ଏହି ଆପ ରୁ କୌଣସି ପାର୍କ ଅଥବା ଖୋଳସ୍ଥାନରେ ମିଳୁଥିବା ସୁଖ ସ୍ୱIଚ୍ଛନ୍ଦ, ସେଠାକୁ ପହଂଚିବା ରାସ୍ତା, ନିରାପତ୍ତା, ସମସ୍ତ ବର୍ଗ ମାନଙ୍କ ପାଇଁ ସୁବିଧା, ଦିର୍ଘସ୍ଥାୟୀତ୍ୱ, ପରିବେଶ, ସଂସ୍କୃତି ଏବଂ ବିଶେଷତ୍ୱ, ନାଗରିକଙ୍କଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ଏବଂ ବିଭିନ୍ନ କାର୍ଯ୍ୟାବଳୀ ତଥ୍ୟ ପାଇବାସହିତ ସେମାନଙ୍କ ସମ୍ପର୍କିତ ତଥ୍ୟ ସମ୍ପର୍କରେ ମଧ୍ୟ ଜାଣିପାରିବ I ଯେପରିକି ସୁବିଧା ସୁଯୋଗ ଅଧୀନରେ ଥିବା ବସିବା ବ୍ୟବସ୍ଥା, ଆଲୋକ ସଜ୍ଜା, ପିଇବା ପାଣିର ବ୍ୟବସ୍ଥା, ସବୁଜିମାର ପ୍ରକାର, ଟୟଲେଟର ମାନ, ସଫା ସୁତୁରା କି ନୁହଁ, ଚଲାପଥ ଏବଂ ମିଳୁଥିବା ଛାଇ ଗୁଡିକୁ ନିର୍ଦିଷ୍ଟ ନମ୍ବରରେ ଏକ ମାନର ସୃଷ୍ଟି କରାଯାଇପାରିବ I ଏହି ଆପ ଅଥବା ଡିଜିଟାଲ ପ୍ଲIଟଫର୍ମ ବ୍ୟବହାରକାରୀ ଅଥବା ବ୍ୟବହାରକାରିଣୀ ମାନଙ୍କ ପ୍ରଦତ୍ତ ଡାଟା ଏବଂ ମତାମତ ଉପରେ ପର୍ଯ୍ୟବସିତ ହେବ I ଏଥିରେ ନୂତନ ବ୍ୟବହାରକାରୀ ଅଥବା ବ୍ୟବହାରକାରିଣୀ ମାନଙ୍କ ଦ୍ୱାରା ଦିଆଯାଉଥିବା ଅପଡେଟ ଏବଂ ମତାମତକୁ ମୂଳ ଡାଟାବେସରେ ପ୍ରଦର୍ଶିତ ହେବ I ଥରେ କାର୍ଯ୍ୟକ୍ଷମହେଲେ ଏହି ଆପ କୌଣସି ସହର, ସ୍ୱାୟତ୍ତ ଶାଶିତ ସଂସ୍ଥା, ସ୍ମାର୍ଟ ସିଟି ଆଦିରେ ଖୋଲା ସ୍ଥାନରେ ଏକ ମାନକ ସାରା ଭାରତ ବର୍ଷରେ ତିଆରି କରାଯାଇ ପାରିବ I