ବିବାହ ପରେ ବଦଳିଗଲେ କପିଲ୍ : ଭାରତୀ ସିଂ

ଗତ ଡିସେମ୍ବର ମାସରେ ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’ ନୂଆ ଭାବେ ପୁଣିଥରେ ଆରମ୍ଭ କରାଯାଇଥିଲା । ଟିଆରପି କ୍ଷେତ୍ରରେ ଏହି ଶୋ’ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ତେବେ ଏହି ସଫଳତା ନିଶ୍ଚିତଭାବେ କପିଲଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି ବୋଲି ଏବେ ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି । ନିକଟରେ ଆୟୋଜିତ ଏକ ସାକ୍ଷାତକାରରେ କମେଡ଼ି କୁଇନ୍ ଭାରତୀ ସିଂ କପିଲଙ୍କ କିଛି ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛନ୍ତି।

ଭାରତୀଙ୍କ କହିବା ଅନୁଯାୟୀ ବିବାହ ପରେ କପିଲ୍ ବହୁତ ବଦଳିଯାଇଛନ୍ତି । ଏବେ କପିଲ୍ ଠିକ୍ ଟାଇମରେ ସୁଟିଂ ସେଟରେ ପହଞ୍ଚୁଛନ୍ତି ଏବଂ ସଠିକ୍ ସମୟର ସୁଟିଂ ସାରି ଫେରୁଛନ୍ତି । କପିଲ୍ଙ୍କ ପତ୍ନୀ ଗିନ୍ନି ତାଙ୍କର ବହୁତ ଧ୍ୟାନ ରଖୁଛନ୍ତି । ଗିନି କପିଲଙ୍କ ସହିତ ସୁଟିଂ ସେଟ୍ରେ ଥିବା ସମସ୍ତ କଳାକାରଙ୍କ ପାଇଁ ଖାଇବା ପଠାଉଛନ୍ତି । ସକାଳେ ଯୋଗ ଠାରୁ ଆରମ୍ଭ ଠାରୁ କପିଲ୍ଙ୍କୁ ଜିମ୍ ପଠାଇବା ଏବଂ ରୁଟିନ୍ ଡାଏଟ୍ କରାଇବା, ସବୁପ୍ରକାର ଧ୍ୟାନ ରଖୁଛନ୍ତି । କପିଲ୍ ଖୁବ୍ ଲକି । କାରଣ ସେ ଗିନ୍ନିଙ୍କ ଭଳି ଜଣେ କେୟାରିଂ ନେଚର ସ୍ତ୍ରୀ ପାଇଛନ୍ତି । ଏସବୁ ବ୍ୟତୀତ କପିଲ୍ ପୂର୍ବ ଅପେକ୍ଷା ଖୁବ୍ ଶାନ୍ତ ଓ ଧୈର୍ଯ୍ୟବାନ୍ ଜଣାପଡ଼ୁଛନ୍ତି ।

ଫେରୁଛି ‘ଦି’ କପିଲ୍‌ ଶର୍ମା ଶୋ’: ପୁଣି ହସାଇବେ କପିଲ୍, ଟିଜର୍ ରିଲିଜ୍

ଦୀପିକାଙ୍କ ଏକ୍ସ-ବୟଫ୍ରେଣ୍ଡ୍

ସୀମା ସେପାରିର ପ୍ରେମିକା: ପାକିସ୍ତାନୀ ପ୍ରେମିକା ଓ ଭାରତୀୟ ପ୍ରେମିକଙ୍କ ପ୍ରେମ କାହାଣୀ

Leave a Reply

Your email address will not be published.