‘ଭାରତ’ର ଦମଦାର୍ ଟ୍ରେଲର୍ ରିଲିଜ୍

ସଲମାନ୍ ଓ କାଟ୍ରିନାଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର୍ ସୋସିଆଲ୍ ମିଡିଆରେ ରିଲିଜ୍ ହେବା ପରଠାରୁ ଫିଲ୍ମ ଦେଖିବା ପାଇଁ ସିନେପ୍ରେମୀଙ୍କ କ୍ରେଜି ଏବେ କାହିଁରେ କ’ଣ । ସଲ୍ଲୁ ଭାଇଜାନ୍ ଏହି ଟ୍ରେଲର୍ ସେୟାର୍ କରିବା ସହ କ୍ୟାପସନରେ ଲେଖିଛନ୍ତି – ‘ଜର୍ଣ୍ଣି ଅଫ୍ ଏ ମ୍ୟାନ୍ ଆଣ୍ଡ ଏ ନେସନ୍ ଟୁଗେଦର୍’ । ଏହି ଭିଡିଓରେ ସଲମାନ୍ ‘ଭାରତ’ ନାମକ ଜଣେ ବ୍ୟକ୍ତିଙ୍କ ଭୂମିକାରେ ଅଛନ୍ତି ଏବଂ ଭାରତ ସହିତ ଜଡ଼ିତ ତାଙ୍କ ଜୀବନ କାହାଣୀର କିଛି ଝଲକ ଦେଖିବାକୁ ମିଳିଛି । ବୃଦ୍ଧ ବ୍ୟକ୍ତି ଭାବେ ସଲମାନଙ୍କ ପ୍ରଥମ ସଂଳାପ ହେଉଛି – ଜିତନେ ସଫେଦ୍ ବାଲ୍ ମେରେ ଶର୍ ଔର୍ ଦାଢ଼ି ମେ ହେ, ଉସ୍ସେ କୟି ଜ୍ୟାଦା ରଙ୍ଗୀନ୍ ମେରି ଜିନ୍ଦେଗୀ ରହିହେ’ । ଏହି ସଂଳାପଠାରୁ ଟ୍ରେଲର୍ ଆରମ୍ଭ ହୋଇଛି । ଏଥିରେ ତାଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିଛନ୍ତି କାଟ୍ରିନା କୈଫ୍, ସୁନିଲ୍ ଗ୍ରୋଭର୍ ଓ ଦିଶା ପଟାନି । ଏଥିରେ ୪ଜଣ ତାରକାଙ୍କ ଅଭିନୟ ବେଶ୍ ଆକର୍ଷିତ । ମଲଟିଷ୍ଟାରର୍ ଫିଲ୍ମ ଭାବେ ଏହି ୪ଜଣ ତାରକାଙ୍କ ସହିତ ତବୁ, ଜାକି ସ୍ରଫ୍, ଆସିଫ୍ ସେଖ୍, ସୋନାଲି କୁଲକର୍ଣ୍ଣି ଓ ନୋରା ଫତେହି ମଧ୍ୟ ପରଦା ଉପରକୁ ଆସିବେ ।

ଆଗାମୀ ଜୁନ୍ ୫ ତାରିଖରେ ଇଦ୍ ଉପହାର ଭାବେ ଏହି ଫିଲ୍ମ ସିନେମାଘରକୁ ଆସିବ । ଅଲ୍ଲି ଅବାସ୍ ଜଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଅତୁଲ୍ ଅଗନିହୋତ୍ରୀ, ଅଲଭିରା ଖାନ୍ ଅଗ୍ନିହୋତ୍ରି, ଭୂଷଣ କୁମାର, କୃଷ୍ଣା କୁମାର ଓ ନିଖିଲ୍ ନମତ ।

Leave a Reply

Your email address will not be published. Required fields are marked *