ଭରତପୁର କୋଇଲା ଖଣିରେ ଦୁର୍ଘଟଣା: ସାଢ଼େ ୮୫ କୋଟି କ୍ଷତି ସହିଲାଣି ଏମ୍ସିଏଲ୍
ଭୁବନେଶ୍ୱର, (ଓଟି): ମହାନଦୀ କୋଲ୍ ଫିଲ୍ଡ୍ ଲିମିଟେଡ୍ ( ଏମ୍ସିଏଲ୍) ଦ୍ୱାରା ପରିଚାଳିତ ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ହୋଇଥିବା ଦୁର୍ଘଟଣାର ନିଆଁ ଥମୁ ନାହିଁ । ସରକାରଙ୍କ ହସ୍ତକ୍ଷେପ ଏବଂ କମ୍ପାନୀର ଉଦ୍ୟମ ସତ୍ତେ୍ୱ ଗଲା ୫ ଦିନ ହେଲା ଖଣିରୁ ଖଣ୍ଟିଏ ବି ଓଭରବର୍ଡନ ପଥର ହଟିପାରୁ ନାହିଁ । ଏଣୁ କମ୍ପାନୀର ଏ ଭିତରୋ ୮୫ କୋଟି ୬୫ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଏମ୍ସିଏଲ୍ ପକ୍ଷରୁ କୁହାଯାଇଛି । ସେହିପରି ରାଜ୍ୟ ଓ କେନ୍ଦ୍ର ରାଜ୍ୟ ସରକାରଙ୍କ ରାଜସ୍ୱ ବାବଦ ୫୫କୋଟି ୪୬ ଲକ୍ଷ ଟଙ୍କାର ହାନୀ ହୋଇଥିବା କମ୍ପନୀ ପକ୍ଷରୁ କୁହାଯାଇଛି ।
ତାଳଚେର କୋଇଲା ଖଣିରୁ କୋଇଲା ସ୍ଥାନାନ୍ତର ହୋଇ ପାରିବା ହେତୁ ୧୩୩୯.୪୨ ୟୁନିଟ୍ ବିଜୁଳି ଉତ୍ପାଦନ ହୋଇପାରି ନାହିଁ ।
ଏମ୍ସିଏଲ୍ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଦେଶର ବିଭିନ୍ନ ତାପଜ ବିଜୁଳି କେନ୍ଦ୍ରରେ ବି କୋଇଲା ସଙ୍କଟ ଦେଖା ଦେଲାଣି । ଏନ୍ଟିପିସି କଣିହା ଠାରେ ଥିବା ଦୁଇଟି ପାୱାର୍ କେନ୍ଦ୍ର ବନ୍ଦ ହୋଇ ସାରିଥିବା ବେଳେ ନାଲ୍କୋ ମଧ୍ୟ କଠୋର ସମସ୍ୟା ଦେଇ ଗତି କରୁଛନ୍ତି ।
୨୪ ତାରିଖ ଦିନ ଏହି ଘଟଣା ଘଟିଥିଲା