ଭାରତୀ-ହର୍ଷ ତାଙ୍କ ପୁଅର ନାଁ ରଖିବେ ବିକାଶ, ଜାଣନ୍ତୁ ଏହାର କାରଣ

କମେଡ଼ି କୁଇନ୍ ଭାରତୀ ଓ ହର୍ଷଙ୍କ ଯୋଡ଼ି ଟେଲି ଦୁନିଆରେ ଏକ ରୋମାଣ୍ଟିକ୍ ଯୋଡ଼ି ଭାବେ ଖୁବ୍ ଲୋକପ୍ରିୟ । ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡ଼ି ତାଙ୍କର ଫ୍ୟାମିଲି ଆଗକୁ ବଢାଇବା ପାଇଁ କୌଣସି ପ୍ଲାନିଙ୍ଗ କରିନାହାନ୍ତି । କିନ୍ତୁ ତାଙ୍କର ପୁଅର ନାଁ କ’ଣ ରଖାଯିବ, ସେ ସର୍ମ୍ପକରେ ପ୍ରୋମିସ୍ କରିଛନ୍ତି । ଭାରତୀ ଓ ହର୍ଷ ତାଙ୍କର ପୁଅର ନାଁ ରଖିବେ ବିକାଶ । ଏହା ପଛରେ ଥିବା କାହାଣୀ ଖୁବ୍ ରୋଚକ । ଏ ସମ୍ପର୍କରେ ଭାରତୀ କହିଛନ୍ତି ଯେ – ନିକଟରେ ଏକ ରିଏଲିଟି ଶୋ’ର ସୁଟିଂ ସମୟରେ ହର୍ଷଙ୍କୁ ଏକ ଟାକ୍ସ ଦିଆଯାଇଥିଲା । କିନ୍ତୁ ହର୍ଷ ସେହି ଟାକ୍ସ ପୁରଣ କରିବା କ୍ଷେତ୍ରରେ ବିଫଳ ହେଲେ । ଏହାର ପନିସମେଣ୍ଟ୍ ସ୍ୱରୂପ ହର୍ଷଙ୍କ ହାତରେ ଏକ ଟାଟୁ କରାଯାଇଥିଲା ଏବଂ ସେଥିରେ ଲେଖାଥିଲା ‘ଆଇ ଲଭ୍ ୟୁ ବିକାଶ’ । ଏହି ଟାଟୁ ସବୁଦିନ ପାଇଁ ହର୍ଷଙ୍କ ହାତରେ ରହିବ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ କପୁଲ୍ ଏକ ବାଟ ଖୋଜି ସାରିଛନ୍ତି । ସେମାନେ ତାଙ୍କର ଭାବି ପୁତ୍ର ସନ୍ତାନର ନାଁ ବିକାଶ ହିଁ ରଖିବେ ।

ସୂଚନାଯୋଗ୍ୟ ‘ଖତରୋଁ କେ ଖିଲାଡ଼ି’ ପରେ ଭାରତୀ ଓ ହର୍ଷ ଆଉ ଏକ ରିଏଲିଟି ଶୋ’ ‘ଖତରା ଖତରା ଖତରା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆସନ୍ତା ୧୧ ତାରିଖରୁ କଲର୍ସ ଚ୍ୟାନଲରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସନ୍ଧ୍ୟା ୬ ଟାରେ ଏହି ଶୋ’ର ପ୍ରସାରଣ ଆରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *