‘ଭାରତ’ର ନୂଆ ପୋଷ୍ଟର୍ ରିଲିଜ୍, ମୁଗ୍ଧ ପ୍ରଶଂସକ କହୁଛନ୍ତି ମାସାଆଲ୍ଲା
ସଲ୍ଲୁ ଭାଇଜାନଙ୍କ ଆଗାମୀ ଫିଲ୍ମ ‘ଭାରତ’ର ମୁକ୍ତିଲାଭକୁ ପ୍ରଶଂସକ ଚାତକ ଭଳି ଅନେଇ ବସିଛନ୍ତି । ‘ଭାରତ’ର ପ୍ରଥମ ପୋଷ୍ଟର୍ ସିନେପ୍ରେମୀଙ୍କୁ ଖୁବ୍ ଆକୃଷ୍ଟ କରିଥିଲା । କିନ୍ତୁ ଏବେ ରିଲିଜ୍ ହୋଇଥିବା ନୂଆ ପୋଷ୍ଟରରେ ସଲ୍ଲୁଙ୍କ ଲୁକ୍ ଦେଖିବା ପରେ ପ୍ରଶଂସକ ମୁଗ୍ଧ ହୋଇଯାଇଛନ୍ତି ଏବଂ ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି କେବଳ ସୁହାନାଲ୍ଲା, ମାସାଆଲ୍ଲା, ଓସମ୍, ଫାଣ୍ଟାଷ୍ଟିକ୍ ଓ ମାଇଣ୍ଡବ୍ଲୋଇଙ୍ଗ୍ । ପ୍ରକୃତରେ କହିବାକୁ ଗଲେ ସଲ୍ଲୁଙ୍କ ଏହି ନିଆରା ଲୁକର ପ୍ରଶଂସା କରିବା ପାଇଁ କୌଣସି ଶଦ୍ଦ ହିଁ ନାହିଁ । ଏହି ପୋଷ୍ଟରରେ ସଲ୍ଲୁଙ୍କୁ ଜଣେ ବୃଦ୍ଧ ବ୍ୟକ୍ତି ଭାବେ ଦେଖିବାକୁ ମିଳିଛି ।
ଧଳା ଦାଢି ଓ ନିଶ ଲୁକରେ ସଲ୍ଲୁ ଏକ ବ୍ଲାକ୍ ରଙ୍ଗର କୋଟ୍ ପିନ୍ଧିଛନ୍ତି । ଏହା ସାଙ୍ଗକୁ ମୋଟା ଫ୍ରେମର ଏକ କଳା ଚଷମା ସଲ୍ଲୁଙ୍କ ଲୁକକୁ ଦ୍ୱିଗୁଣିତ କରିଛି । ପ୍ରଥମ ଥର ପାଇଁ ସଲ୍ଲୁ ଭାଇଜାନଙ୍କୁ ଏଭଳି ଲୁକରେ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ କ୍ରେଜି ବଢିବାରେ ଲାଗିଛି । ଏହି ପୋଷ୍ଟରକୁ ସଲ୍ଲୁ ଭାଇଜାନ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ମାଧ୍ୟରେ ସେୟାର୍ କରିବା ସହ କ୍ୟାପସନ୍ରେ ଲେଖିଛନ୍ତି ଯେ – ‘ଯେତିକି ଧଳା ମୋର ଦାଢି ଓ କେଶ, ତା’ଠାରୁ ବହୁତ ଅଧିକ ରଙ୍ଗୀନ ମୋର ଜୀବନ, ‘ଭାରତ’ । ଦମଦାର୍ ଲୁକ୍ ସହିତ ଦମଦାର୍ କ୍ୟାପସନକୁ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି । ପ୍ରତିବର୍ଷ ଭଳି ଆଗାମୀ ‘ଇଦ୍’ର ଉପହାର ଭାବେ ସଲ୍ଲୁଙ୍କ ଏହି ଫିଲ୍ମ ସିନେମାଘରକୁ ଆସିବ । ଅଲ୍ଲୀ ଆବାସ୍ ଜଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲ୍ଲୁଙ୍କ ସହିତ କ୍ୟାଟ୍ରିନା କୈଫ୍, ତବୁ, ଦିଶା ପଟାନୀ ଓ ସୁନିଲ୍ ଗ୍ରୋଭର୍ ମଧ୍ୟ ସ୍କ୍ରୀନ୍ ସେୟାର୍ କରିଛନ୍ତି ।