ଓଲଡ୍ ପରେ ୟଙ୍ଗ୍, ସଲ୍ଲୁଙ୍କ ନୂଆ ପୋଷ୍ଟର୍ ରିଲିଜ୍

ଅଲ୍ଲୀ ଆବାସ୍ ଜଫରଙ୍କ ନିର୍ଦ୍ଦେଶିତ ଏବଂ ଦବଙ୍ଗ ଭାଇଜାନଙ୍କ ଅଭିନୀତ ‘ଭାରତ’ ଆଗାମୀ ଇଦ୍ ଉପହାର ଭାବେ ସିନେମାଘରକୁ ଆସିବ । ଏବେ ଏହି ବହୁପ୍ରତିକ୍ଷୀତ ଫିଲ୍ମର ଆଉ ଏକ ପୋଷ୍ଟର୍ ରିଲିଜ୍ ହୋଇଛି । ଏଥିରେ ସଲ୍ଲୁ ଭାଇଜାନଙ୍କୁ ୟଙ୍ଗ୍ ଓ ଡାସିଙ୍ଗ୍ ଲୁକରେ ଦେଖିବାକୁ ମିଳିଛି । ସୋମବାର ଓ ମଙ୍ଗଳବାର ଦୁଇଦିନ ଭିତରେ ଦୁଇଟି ପୋଷ୍ଟରରେ ସଲ୍ଲୁଙ୍କ ଦୁଇଟି ଭିନ୍ନ ଅବତାର ଦେଖିବାକୁ ମିଳିଛି । ସୋମବାର ରିଲିଜ୍ ହୋଇଥିବା ପୋଷ୍ଟରରେ ସଲ୍ଲୁ ଜଣେ ଓଲଡ୍ ମ୍ୟାନ୍ ଭାବେ ଥିଲେ । ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ହୋଇଥିଲେ ମଧ୍ୟ ପ୍ରଶଂସକ ସଲ୍ଲୁଙ୍କୁ ଜଣେ ରାଗିବ୍ୟକ୍ତି ଭାବେ ଅଭିହିତ କରିଥିଲେ । କିନ୍ତୁ ମଙ୍ଗଳବାର ଦିନ ରିଲିଜ୍ ହୋଇଥିବା ପୋଷ୍ଟର୍ ସମ୍ପୂର୍ଣ୍ଣ ଏହାର ବିପରୀତ ଏବଂ ପ୍ରଶଂସକ ଏହାକୁ ସଲ୍ଲୁ ଇନ୍ କୁଲ୍ ଲୁକ୍ ବୋଲି କହୁଛନ୍ତି । ‘ଭାରତ’ ଫିଲ୍ମର ପ୍ରଥମ ପୋଷ୍ଟରରେ ସଲ୍ଲୁ ଓ କାଟ୍ରିନାଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା । ସଲ୍ଲୁ ଓ କ୍ୟାଟ୍ରିନାଙ୍କ ସହିତ ଏହି ଫିଲ୍ମରେ ତବୁ, ଦିଶା ପଟାନୀ ଓ ସୁନିଲ୍ ଗ୍ରୋଭର୍ ମଧ୍ୟ ଅଛନ୍ତି ।

Leave a Reply

Your email address will not be published.