ଭାରତ ବନ୍ଦ: ଚାଲିବ “ମୋ ବସ୍”, ମୁଖ୍ୟମନ୍ତ୍ରୀ ଯିବେ ବାରିପଦା

ଭୁବନେଶ୍ବର(ଓଟି): ବିଭିନ୍ନ ଦାବି ପୂରଣ ପାଇଁ ୧୦ଟି ଟ୍ରେଡ୍ ୟୁନିଅନ ପକ୍ଷରୁ ବୁଧବାର ସାରା ଦେଶରେ ବନ୍ଦ ଡାକରା ଦିଆଯାଇଛି। ତେବେ ଏହାକୁ ଓଡ଼ିଶାରେ ଶାସକ ଦଳ ସମର୍ଥନ କରିନାହିଁ। ସ୍କୁଲ୍‌, କଲେଜ ବା କୌଣସି ସରକାରୀ ଛୁଟି ଘୋଷଣା କରି ନାହାନ୍ତି। ଜିଲ୍ଲାପାଳମାନେ ସେମାନଙ୍କ ଆବଶ୍ୟକକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନେଇପାରନ୍ତି।  ଏହିଦିନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସ୍ଵଭାବିକ ଭାବେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ମଧ୍ୟ ବଳବତ୍ତର ରହିଛି। ସେଠାରେ କିସ୍‌ ପକ୍ଷରୁ ନୂତନ କ୍ୟାମ୍ପସ୍‌ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। 

ବନ୍ଦବେଳେ ସାଧାରଣ ଲୋକଙ୍କ ଜୀବନଯାତ୍ରା ସବୁବେଳେ ବ୍ୟାହତ ହେଉଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କଦ୍ଵାରା ପରିଚାଳିତ ସିଟି ବସ୍‌ ସେବା “ମୋ ବସ୍” ଚଳାଚଳ ଜାରି ରହିବ ବୋଲି ସୂଚନା ମିଳିଛି। କ୍ୟାପିଟାଲ୍ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏନେଇ ଟୁଇଟ୍ ଜରିଆରେ ସ୍ପଷ୍ଟ କରାଯାଇଛି। ବନ୍ଦବେଳେ ସାଧାରଣ ଯାତାୟତ ଓ ଯାତ୍ରୀଙ୍କ ସମସ୍ୟାକୁ ଦୂର ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ସମ୍ପୃକ୍ତ ସଂସ୍ଥାକୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

 
 
 

Leave a Reply

Your email address will not be published. Required fields are marked *