ଭାରତ ବନ୍ଦ: ପ୍ରଭାବ ବଢ଼ୁଛି, ରେଳଯାତ୍ରା ବ୍ୟାହତ

ଭୁବନେଶ୍ଵର, (ଓଟି): ଭାରତବର୍ଷର ୧୦ଟି ଟ୍ରେଡ୍‌ ୟୁନିୟନ୍‌ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ କ୍ରମଶଃ ଅନୁଭୂତ ହେଉଛି। ଭୁବନେଶ୍ଵର ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ସ୍କୁଲ୍‌ କଲେଜକ୍‌ ତଥା ଶିକ୍ଷାନୁଷତ୍ଠାନ ସ୍ଵତଃ ବନ୍ଦ କରିଛନ୍ତି। ଘରୋଇ ବସ୍‌ ଏବଂ ଅଟୋ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। କଟକ ବାଦାମ ବାଡ଼ି ଓ ବରମୁଣ୍ଡାରେ ବସ୍‌ ଚଳାଚଳ ଠପ୍‌ ହୋଇଛି। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ବନ୍ଦ ଥିବ ଲକ୍ଷ୍ୟ କରାଯାଇଛି। 

ବାମପନ୍ଥୀ ଦଳ ଓ କଂଗ୍ରେସ ପକ୍ଷରୁ ଏହାକୁ ସମର୍ଥନ କରାଯାଇଛି। ରାଜ୍ୟରେ ବିଜେଡି ଓ ବିଜେପି ଏହାକୁ ସମର୍ଥ ନକରି ନାହାନ୍ତି। 

କନ୍ଧମାଳ, ଗଜପତି, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପ୍ରଭୃତି ଜିଲ୍ଲାରେ ଜିଲ୍ଲାପାଳମାନେ ସ୍କୁଲ୍‌ କଲେଜ ବନ୍ଦ ଘୋଷଣା କରିଛନ୍ତି। 

ରେଳ ଚଳାଚଳ ବ୍ୟାହତ

ପୂର୍ବତଟ ରେଳବାଇ ବକ୍ଷରୁ କୁହାଯାଇଛଇ ଯେ, ବନ୍ଦ ସମୟର ଅଘଟଣକୁ ରୋକିବା ତଥା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନକୁ ଆଖିରେ ରଖି ରେଳବାଇ ପକ୍ଷୁ ବିଭିନ୍ନ ଟ୍ରେନ୍‌ ଚଳାଚଳକୁ ବନ୍ଦ କରାଯାଇଛି। ରେଳବାଇପକ୍ଷରୁ କୁହାଯାଇଛଇ ଯେ, ସକାଳ ୬ଟାରୁ ତାଳଚେର ଷ୍ଟେସନ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭୁବନେଶ୍ଵର, ଭଦ୍ରକ, କେନ୍ଦୁଝରଗଡ଼ରେ ସାଢ଼େ ୬ଟାରେ ବିକ୍ଷୋଭ ଆରମ୍ଭ ହୋଇଛି। ଏହାଦ୍ଵାରା ଟ୍ରେନ୍‌ ଯାତ୍ରା ପଭାବିତ ହୋଇଛି। କିଛି ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବାବେଳେ ଆଉ କିଛି ମଝିରେ ଅଟକିଛି। 

ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର , କେନ୍ଦୁଝରଗଡ଼-ଭୁବନେଶ୍ଵର ପାସେଞ୍ଜର, ଭୁବନେଶ୍ଵର-ବଲାଙ୍ଗୀର ଇଣ୍ଟରସିଟି, ହାଓଡ଼ା-ୟଶୱନ୍ତପୁର ଏକ୍ସପ୍ରେସ୍‌, ଇଚ୍ଛାପୁର-କଟକ ମେମୁ, ପୁରୀ ରାଉରକେଲଶ ପାସେଞ୍ଜର ଏହାଦ୍ଵାରା ପ୍ରଭାବିତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। 

Leave a Reply

Your email address will not be published.