‘ଭାରତ’ର ପ୍ରମୋସନ୍ ପାଇଁ ପ୍ରସ୍ତୁତ ହେଲା ନୂଆ ଇମୋଜି

ଆଗାମୀ ଇଦ୍ ରେ ସଲ୍ଲୁ ଭାଇଜାନଙ୍କ ଫିଲ୍ମ ‘ଭାରତ’ ମୁକ୍ତିଲାଭ କରିବ । ଏଥିପାଇଁ ଏବେ ଜୋରଦାର୍ ପ୍ରମୋସନ୍ ଚାଲିଛି । ତେବେ ‘ଭାରତ’ର ପ୍ରମୋସନକୁ ଏକ ନିଆରା ଢଙ୍ଗରେ କରିବା ପାଇଁ ଫିଲ୍ମଟିମ୍ ଏବେ ଇମୋଜିର ସାହାରା ନେଇଛନ୍ତି । ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର୍ ପକ୍ଷରୁ ଏକ ନୂଆ ଅଫିସିଆଲ୍ ଇମୋଜି ଲଂଚ କରାଯାଇଛି । ଟ୍ୱିଟର୍ ଓ ରିଲ୍ ଲାଇଫ୍ ପ୍ରଡକସନ୍ ସଂସ୍ଥାର ମିଳିତ ସହଯୋଗରେଏହାକୁ ପ୍ରସ୍ତୁତ କରାଯାଇଛି ।

‘ଭାରତ’ରେ ସଲମାନଙ୍କ ୭୦ ବର୍ଷୀୟ ବୁଢା ଲୁକକୁ ଇମୋଜିର ଫିଚର୍ ଭାବେ ଗ୍ରହଣ କରାଯାଇଛି । ସଲମାନ୍ ଏହାକୁ ନିଜ ଟ୍ୱିଟର୍ ହ୍ୟାଣ୍ଡାଲରେ ସେୟାର୍ କରିଛନ୍ତି । ବିଶେଷ ଭାବେ ଭାଇଜାନଙ୍କ ପ୍ରଶଂସକ ଓ ଯୁବପିଢି ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ଆଗାମୀ ଜୁନ୍ ୫ ତାରିଖରେ ରିଲିଜ୍ ହେବାକୁ ଥିବା ‘ଭାରତ’ରେ ସଲ୍ଲୁମିଆଁଙ୍କ ସହିତ କାଟ୍ରିନା, ଦିଶା ପଟାନୀ, ସୁନିଲ୍ ଗ୍ରୋଭର୍, ଜ୍ୟାକି ସ୍ରଫ୍ ଓ ନୋରା ଫତେହିଙ୍କୁ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *