‘ଭାବିଜୀ ଘର୍ ପର୍ ହେ’ର ୧୦୦୦ ଏପିସୋଡ୍, ପାର୍ଟି ମନାଇଲେ ଟିମ୍
ଟେଲି ଦୁନିଆର ଲୋକପ୍ରିୟ କମେଡ଼ି ଶୋ’ ‘ଭାବିଜୀ ଘର୍ ପର୍ ହେ’ର ୧୦୦୦ ଏପିସୋଡ୍ ପୁରଣ ହୋଇଯାଇଛି । ଏହି ଖୁସିରେ ଶୋ’ର ନିର୍ମାତା ସମସ୍ତ କଳାକାର ଓ କ୍ରୁ ମେମ୍ବରଙ୍କ ସହିତ ଏକ ଜବରଦସ୍ତ ପାର୍ଟିର ଆୟୋଜନ କରିଥିଲେ । ପାର୍ଟିରେ ସମସ୍ତ କଳାକାର ମଡ଼ର୍ଣ୍ଣ ଲୁକରେ ନଜର ଆସିଥିଲେ । ଅଙ୍ଗୁରୀ ଭାବି ଚରିତ୍ରରେ ଥିବା ଶୁଭାଙ୍ଗୀ ଅତ୍ରେ ବ୍ଲାକ୍ ରଙ୍ଗର ବଡ଼ିଫିଟ୍ ସର୍ଟ ଡ୍ରେସ୍ କ୍ୟାରି କରିଥିଲେ । ଏହା ସହ ଗୋଲଡେନ୍ ରଙ୍ଗର ଲଙ୍ଗ୍ ସ୍ରଗ୍ ତାଙ୍କର ଲୁକକୁ ପରଫେକ୍ଟ କରିଥିଲା । ଅନିତା ଭାବି ଓରଫ୍ ସୌମ୍ୟା ଟଣ୍ଡନ୍ ନୀଳ ରଙ୍ଗର ଡ୍ରେସ୍ରେ ନିଜକୁ ସଜାଇଥିଲେ । ପାର୍ଟିର କିଛି ଫଟୋକୁ ଶୁଭାଙ୍ଗୀ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଛନ୍ତି ।
୨୦୧୫ରୁ ଆରମ୍ଭ ହୋଇଥିବା ଏହି ଧାରାବାହିକ ବର୍ତ୍ତମାନ ସମୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ଏହି ଶୋ’ରେ ବିଶେଷ ଭାବେ ‘ଅଙ୍ଗୁରି ଭାବି’ ଚରିତ୍ର ଓ ତାଙ୍କର ଡାଇଲଗ୍ ଦର୍ଶକଙ୍କୁ ବେଶ୍ ପସନ୍ଦ । କାନପୁରର ଏକ କଲୋନି ଥିମ୍ ଉପରେ ଶୋ’ କାହାଣୀ ଆଧାରିତ । ଶୋ’ରେ ମନମୋହନ ତିୱାରିଙ୍କ ଭୂମିକାରେ ଥିବା ରୋହିତାଶ୍ ଗୌଡ଼୍ ନିଜର ଖୁସି ଜାହିର୍ କରିବା ସହ କହିଛନ୍ତି ଯେ – ‘ଆଜିକାଲି ପାରିବାରିକ ଧାରାବାହିକ ପ୍ରତି ଦର୍ଶକଙ୍କ ରୁଚି ଅଧିକ ଦେଖିବାକୁ ମିଳୁନାହିଁ । ଏଭଳି ପରିସ୍ଥିତିରେ ‘ଭାବିଜୀ ଘର୍ ପର୍ ହେ’କୁ ଦର୍ଶକଙ୍କ ଏଭଳି ଭଲ ପାଇବା ପାଇଁ ମୁଁ ଓ ସମସ୍ତ ଟିମ୍ କୃତଜ୍ଞ’ । ଦର୍ଶକଙ୍କ ଏଭଳି ଭଲ ପାଇବା ଯୋଗୁଁ ଏହା ଆଗାମୀ ଦିନରେ ଅନ୍ୟ କମେଡ଼ି ଶୋ’କୁ ପଛରେ ପକାଇଦେବ ବୋଲି ଟିମ୍ ଆଶା ରଖିଛନ୍ତି ।