ଗାନ୍ଧିବାଦୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀ କହିଲେ ଦେଶ ଜଣେ ପ୍ରରକୃତ ଦେଶଭକ୍ତଙ୍କୁ ହରାଇଲା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ସ୍ୱାଧୀନତା ସଂଗାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ଵସ୍ଥିତି କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।

ଶ୍ରୀ ପଟ୍ଟନାୟକ ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ଅନ୍ଧିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।   ସାଂସଦ ଭାବେ ୩ ଥର ରାଜ୍ୟସଭାକୁ  ୧୯୬୧, ୧୯୬୬ ଓ ୧୯୭୮ରେ  ମନୋନୀତ ହୋଇଥିଲେ ।  ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କୁ ଜଣେ ମହାନ ଦେଶଭକ୍ତ ବୋଲି କହିବା ସହ ତାଙ୍କ ବିୟୋଗରେ ଦେଶ ଜଣେ ପ୍ରକୃତ ଗାନ୍ଧିବାଦୀ ଓ କର୍ମଯୋଗୀଙ୍କୁ ହରାଇଲା ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *