ଘରୋଇ ହିଂସା: ସାବାଡ଼ କରିବ ବ୍ରହ୍ମପୁର ପୁଲିସ୍

ବ୍ରହ୍ମପୁର (ଓଟି): ଲକ୍‌ଡାଉନ୍‌ରେ ଘରୋଇ ହିଂସା ବଢ଼ିଥିବା ସାଧାରଣରେ ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୁଲିସ୍‌ ସଜାଗ ହୋଇପଡ଼ିଛି। ଦୋଷୀଙ୍କୁ ସାବାଡ଼ କରିବାକୁ ଜାରି କରିଛି ହେଲ୍‌ପ ଲାଇନ୍ ନମ୍ବର।

ଲକ୍‌ଡାଉନ୍‌ ସମୟରେ ଲୋକେ ଘରେ ଶାନ୍ତି-ଶୃଙ୍ଖଳାରେ ରହିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବିଶେଷକରି ଲକ୍‌ଡାଉନ୍ ଯୋଗୁଁ କୌଣସି ସମସ୍ୟା ନେଇ ଥାନାରେ ଅଭିଯୋଗ କରିବା ସହଜ ହୋଇପାରୁନି। ତେଣୁ ବ୍ରହ୍ମପୁର ପୁଲିସ୍‌ ହେଲ୍ପ ଲାଇନ୍‌ ନଂ ଜରିଆରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ପ୍ରସ୍ତୁତ ହୋଇଛି। ଏଥିପାଇଁ ବ୍ରହ୍ମପୁର ଏସ୍‌ପି ଏବଂ ଆଇୟୁସିଏଡବ୍ଲୁ ( IUCAW)ଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ ହୋଇଛି। ଘରୋଇ ହିଂସାରେ ଶିକାର ହେଉଥିବା ବ୍ୟକ୍ତି ଅନ୍‌ଲାଇନ କିମ୍ବା ୧୦୦ ନମ୍ବର ଫୋନ୍ କରି ଅଭିଯୋଗ ରେଜିଷ୍ଟ୍ରେସନ କରିପାରିବେ। ଏହା ବ୍ୟତୀତ କଣ୍ଟ୍ରୋଲ୍ ରୁମ୍‌ର ଲ୍ୟାଣ୍ଡ ଲାଇନ୍‌ ନମ୍ବର ୦୬୮୦ – ୨୨୯୦୦୨୨ ସହ ଜାରି ହୋଇଥିବା ମୋବାଇଲ୍ ନମ୍ବରରେ ଅଭିଯୋଗ କରିପାରିବେ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି।

Leave a Reply

Your email address will not be published.