ଚର୍ମ ରୋଗଠାରୁ କ୍ୟାନ୍ସର, ସବୁ ରୋଗ ପାଇଁ ସର୍ବୋଶଦ୍ଧି – ହଳଦୀ

(ଓଡିଶା ଟାଇମ୍) : ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବା ପାଇଁ ହଳଦୀ ବ୍ୟବହାର କରାଯାଇଥାଏ। ହେଲେ ଏହି ହଳଦୀ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପୂର୍ବରୁ ଚର୍ମକୁ ସୁସ୍ଥ ରଖିବା ପାଇଁ ହଳଦୀର ବହୁଳ ବ୍ୟବହାର କରାଯାଉଥିଲା। ହଳଦୀରେ ରହିଥିବା ଔଷଧୀୟ ଗୁଣ ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ହଳଦୀର କିଛି ଔଷଧୀୟ ଗୁଣ ବିଷୟରେ ।

  • ହଳଦୀ ଶରୀରକୁ କ୍ୟାନସରରୁ ବଞ୍ଚାଇଥାଏ । ହଳଦୀରେ ଥିବା କୁର୍କୁମିନ୍ ନାମକ ତତ୍ତ୍ବ କ୍ୟାନସରକୁ କମ୍ କରିଥାଏ। କଞ୍ଚା ହଳଦୀ ଖାଇଲେ ଅଧିକ ଲାଭ ମିଳିଥାଏ।
  • ହଳଦୀ ଶରୀରକୁ ଜୀବାଣୁଠାରୁ ଦୂରରେ ରଖିଥାଏ। ହଳଦୀର ଅଧିକ ବ୍ୟବହାର ଶରୀରରେ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରିତ ରଖିଥାଏ। ହୃଦୟ ରୋଗୀଙ୍କ ପାଇଁ କଞ୍ଚା ହଳଦୀ ବେଶୀ ଲାଭଦାୟକ।କୃମି ସମସ୍ୟା ପାଇଁ ହଳଦୀ ମ୍ୟାଜିକ୍‌ ଭଳି କାମ କରେ। ପ୍ରତିଦିନ ସକାଳୁ ଖାଲି ପେଟରେ କଞ୍ଚା ହଳଦୀକୁ ବାଟି ପିଇଲେ କୃମି ଭଳି ସମସ୍ୟା ଦୂର ହୋଇଯାଏ।
  • କଞ୍ଚା ହଳଦୀରେ ଆଣ୍ଟି ବ୍ୟକ୍ଟେରିଆ ଏବଂ ଆଣ୍ଟି ସେପ୍‌ଟିକ୍‌ ଗୁଣ ଥାଏ। ଏଥିରେ ରୋଗ ସଂକ୍ରମଣ କରିବା ଶକ୍ତି ଥାଏ। କଞ୍ଚା ହଳଦୀ ତ୍ୱଚାକୁ ସୁସ୍ଥ ରଖିଥାଏ। ଏହାର ଆଣ୍ଟିସେପ୍‌ଟିକ୍‌ ଗୁଣ ପାଇଁ ଭାରତୀୟ ସଂସ୍କୃତିରେ ବାହା ଘର ପୂର୍ବରୁ ପୂରା ଶରୀରରେ ହଳଦୀ ଲଗାଯାଇଥାଏ। ଯଦି ଶରୀରର କୌଣସି ଅଙ୍ଗରେ କିଛି ଫଳିଥାଏ ବା ଆଲର୍ଜି ହୋଇଥାଏ। ତେବେ କଞ୍ଚା ହଳଦୀର ଲେପନ ଲଗେଇଲେ ଦୂର ହୋଇଥାଏ।
  • କଞ୍ଚା ହଳଦୀ ହଜମ ପ୍ରକ୍ରିୟାକୁ ଠିକ୍‌ ରଖିଥାଏ। ରକ୍ତ ବିଶୋଧନ ପାଇଁ କଞ୍ଚା ହଳଦୀର ଗୁଣ ବେଶ୍‌ ଅଧିକ। ପ୍ରତିଦିନ ଖାଲି ପେଟରେ ଉଷୁମ ପାଣିରେ ହଳଦୀ ମିଶାଇ ସେବନ କଲେ ପେଟରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
  • ଗଳା ସଂକ୍ରମଣ ବା ଦରଜ ହୋଇଥିଲେ ଅଧା ଚାମଚ କଞ୍ଚା ହଳଦୀ ରସ କିଛି ସମୟ ଗଳାରେ ଢୋକି ରଖିଲେ ଆରାମ ମିଳିଥାଏ।
  • ରକ୍ତ ପରିଷ୍କାର ପାଇଁ ସକାଳେ ଖାଲି ପେଟରେ ହଳଦୀ ଗୁଡ଼ କିମ୍ୱା ହଳଦୀ ମହୁ ଖାଇଲେ ରକ୍ତ ଖୁବ୍ ଶୀଘ୍ର ପରିଷ୍କାର ହୋଇଥାଏ । ନିୟମିତ ହଳଦୀ, ଗୁଡ଼ ଖାଉଥିବା ବ୍ୟକ୍ତିକୁ କୌଣସି ରୋଗ ଆକ୍ରମଣ କରେ ନାହିଁ । ନିୟମିତ ଗୋଟାଏ ମାସ ନିମ୍ୱ, ହଳଦୀ ବାଟି ପିଇଲେ ଶରୀରରେ କୌଣସି ଚର୍ମରୋଗ ହୁଏ ନାହିଁ ।

Leave a Reply

Your email address will not be published. Required fields are marked *