ଆଗୁଆ ମିଳିବ ୪ ମାସର ଭତ୍ତା
ଭୁବନେଶ୍ଵର (ଓଟି): ଆଗୁଆ ମିଳିବ ୪ ମାସର ଭତ୍ତା। ବିଭିନ୍ନ ସମସ୍ୟା ଓ ଆବଶ୍ୟକକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟରେ ସମ୍ପୃକ୍ତ ହିତାଧିକାରୀ ସମେତ ସାଧାରଣରେ ବଡ଼ ଖୁସି ପ୍ରକାଶ ପାଇଛି। ଏନେଇ ସବିଶେଷ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା।
ସୂଚନା ଅନୁସାରେ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଭତ୍ତା ହିତାଧିକାରୀଙ୍କୁ ଆଗୁଆ ପ୍ରଦାନ କରିବେ ରାଜ୍ୟ ସରକାର। ଏହା ଦ୍ଵାରା ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ମଧୁବାବୁ ପେନସନ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଭତ୍ତା ମିଳିବିବାକୁ ଥିବାବେଳେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ମାଧ୍ୟମରେ ୨୪ ଲକ୍ଷ ହିତାଧିକାରୀଙ୍କୁ ମଧ୍ୟ ଭତ୍ତା ମିଳିବ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯିବା ସହ କୃତଜ୍ଞତା ପ୍ରକାଶ କରାଯାଇଛି।