୨୧ରେ ବିଜେପୁର ଉପ ନିର୍ବାଚନ

ଭୁବନେଶ୍ଵର, (ଓଟି): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୨୧ତାରିଖକୁ ଭୋଟ୍‌ ଗ୍ରହଣ ତାରିଖ ଭାବେ ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଅକ୍ଟୋବର ୨୪ରେ ଗଣତି ହେବ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୨୩ରେ ବିଜେପୁର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହିଦିନଠାରୁ ନାମାଙ୍କନ ହେବ। ସେପ୍ଟେମ୍ବର ୩୦ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଅକ୍ଟୋବର ୧ରେ ଯାଞ୍ଚ, ୩ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସୂଯୋଗ ରହିବ।

ଗଲା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ପ୍ରାର୍ଥୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ହିଞ୍ଜିଳି ଆସନ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିବା ପରେ ଖାଲି ପଡ଼ିଛି। ଏବେ ବିଧାନସଭାରେ ୧୪୬ଟି ଆସନରୁ ନିବ;ାଚିତ ପ୍ରତିନିଧି ରହିଛନ୍ତି।

Leave a Reply

Your email address will not be published. Required fields are marked *