ବ୍ରଣ ଦୂର କରିବ ଜିରା ଚାହା, ଜାଣନ୍ତୁ ଆହୁରି କିଛି ଲାଭକାରୀ ଗୁଣ

ଆଜିର ଅବ୍ୟବସ୍ଥିତ ଜୀବନଶୈଳୀ ଓ ପରିବେଶ ପ୍ରଦୂଷଣ ପାଇଁ ବ୍ରଣ ସମସ୍ୟା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମିଳୁଥିବା ବିଭିନ୍ନ ପ୍ରକାର କ୍ରୀମ୍ ଓ ମେଡିସିନ୍ ବ୍ରଣ ସମସ୍ୟାକୁ ଦୂର କଲେ ମଧ୍ୟ ବିଭିନ୍ନ ପ୍ରକାର ସାଇଡ୍ ଇଫେକ୍ଟ ରହୁଛି । ତେବେ କିଛି ଘରୋଇ ଉପାୟ ରହିଛି, ଯାହାଦ୍ୱାରା ବ୍ରଣ ଓ ବ୍ରଣ ଜନିତ କଳାଦାଗରୁ ରକ୍ଷା ମିଳିପାରିବ । ତେବେ ଏହି ସହଜ ଉପାୟଟି ହେଉଛି ଜିରା ଚାହା । ଜିରା ଚାହା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଜିରାକୁ ଭଲଭାବେ ଗୁଣ୍ଡକରି ଗରମ ପାଣିରେ ଫୁଟାନ୍ତୁ । କିଛି ସମୟ ପରେ ଏହାକୁ ଛାଣି ଚିନି ମିଶାଇ ଉଷୁମ ଥିବା ସମୟରେ ପିଅନ୍ତୁ । ଅଧିକ ସ୍ୱାଦ ପାଇଁ ଆପଣ ଏଥିରେ ଏକ ଛୋଟ ଚାମମ ମହୁ ମଧ୍ୟ ମିଶାଇ ପାରିବେ । କିଛିଦିନ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏହି ଚାହା ପିଇବା ଦ୍ୱାରା ବ୍ରଣଜନିତ ସମସ୍ୟା ଦୂର ହୋଇଥାଏ ।

ବ୍ରଣ ଦୂର କରିବା ସହିତ ଜିରା ଚାହାର ଆଉ କିଛି ଲାଭକାରୀ ଗୁଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା –
୧- ଜିରା ଚାହାରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଫଙ୍ଗଲ୍ ଗୁଣ ରହିଥିବାରୁ ଏହା ଇମ୍ୟୁନିଟି ବୁଷ୍ଟ୍ କରିବାରେ ସହାୟକ ।
୨- ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ ।
୩- ବ୍ଲଡ୍ପ୍ରେସର୍ ରୋଗୀଙ୍କ କ୍ଷେତ୍ରରେ ଏହା ମହୌଷଧି ଭଳି କାମ କରେ ।

Leave a Reply

Your email address will not be published.