ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଭ୍ୟାନିଟିରେ ରଖନ୍ତୁ ଏହି ଜିନିଷ

ଶୀତଦିନ ଆସିବା ମାତ୍ରେ ଶୁଷ୍କ ତ୍ୱଚା ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଥାଏ । ଶୁଷ୍କ ଓଠ ଓ ତ୍ୱଚାରେ ମେକଅପ୍ ଲଗାଇବା ପରେ ଏହା ଆହୁରି ଅସୁନ୍ଦର ଦେଖାଯାଏ । ଏହା ସହିତ ସବୁବେଳେ ପାର୍ଲର୍ ଯାଇ ଫେସିଆଲ୍, ମେନିକିୟୋର ଓ ପେଡିକିୟୋର୍ କରିବା ସମ୍ଭବ ନୁହେଁ । ଏସବୁ ସମସ୍ୟାର ସମାଧାନ ପାଇଁ ଏକ ବେଷ୍ଟ୍ ବିୟୁଟି ପ୍ରଡକ୍ଟ ହେଉଛି ଗ୍ଲିସେରିନ୍ । ଅଧିକାଂଶ ବିୟୁଟି ପ୍ରଡକ୍ଟରେ ମଧ୍ୟ ଗ୍ଲିସେରିନ୍ ରହିଥାଏ । ଏହା କେବଳ ଶୀତଦିନ ପାଇଁ ନୁହେଁ, ବରଂ ଖରାଦିନେ ଏହାକୁ ସନସ୍କ୍ରିନ୍ ଲୋସନ ଭାବେ ବ୍ୟବହାର କରିହେବ ବୋଲି ବିୟୁଟିସିଆନ୍ମାନେ କହିଥାନ୍ତି ।

ତେବେ ଆସନ୍ତୁ ଜାଣିବା ଗ୍ଲିସେରିନ୍ ସମ୍ପର୍କିିତ କିଛି ବିୟୁଟି ଟିପ୍ସ-
୧- ପ୍ରତିଦିନ ଗ୍ଲିସେରିନ୍ ଲଗାଇବା ଦ୍ୱାରା ତ୍ୱଚା କୋମଳ ଓ ସତେଜ ଦେଖାଯାଏ । ଏହା ତ୍ୱଚାକୁ ହାଇଡ୍ରେଡ୍ କରିଥାଏ ।
୨- ସନବର୍ଣ୍ଣ ସମସ୍ୟା ଦୂର କରିବା ସହିତ ତ୍ୱଚାର ପିଏଚ୍ ବାଲାନ୍ସ ବଜାୟ ରଖିବା ପାଇଁ ପ୍ରତଦିନ ଗ୍ଲିସେରିନ୍ ବ୍ୟବହାର କରନ୍ତୁ ।
୩- ଆଣ୍ଟି ଫଙ୍ଗଲ୍ କ୍ରିମ୍ ଭାବରେ ଏହା ଏକଜିମା ଓ ସାୟରୋସିସ୍ ରୋଗୀଙ୍କ ପାଇଁ ମଧ୍ୟ ବେଶ୍ ଲାଭକାରୀ ।
୪- ଶୀତଦିନରେ ଓଠ ଫାଟିବା ଓ ପାଦ ଫାଟିବା ସମସ୍ୟା ଦୂର କରିବା ପାଇଁ ଗ୍ଲିସେରିନ୍ ଲଗାନ୍ତୁ ।
୫- ଚମକଦାର୍ ଚେହେରା ଓ ତ୍ୱଚା ପାଇଁ ପ୍ରତିଦିନ ଗ୍ଲିସେରିନ୍ ଓ ଗୋଲାପଜଳ ସମାନ ଅନୁପାତରେ ନେଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ତାହାକୁ ରାତି ଶୋଇବା ପୂର୍ବରୁ ଲଗାଇ ସକାଳେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
୬- ମେନିକିୟୋର୍ କିମ୍ବା ପେଡିକିୟୋର୍ କରିବା ପରେ ଗ୍ଲିସେରିନ୍ ଲଗାନ୍ତୁ । ଏହା ତ୍ୱଚାକୁ ବିଶେଷ ସୁରକ୍ଷା ଦେଇଥାଏ ।

Leave a Reply

Your email address will not be published. Required fields are marked *