ଶୀତଦିନରେ ଲଗାନ୍ତୁ ଏହି ଫେସପ୍ୟାକ୍, ଶୁଷ୍କ ତ୍ୱଚାରୁ ମିଳିବ ମୁକ୍ତି

ଶୀତଦିନ ଆସିବା ସଙ୍ଗେ ସଙ୍ଗେ ତ୍ୱଚା ରୁକ୍ଷ ହେବା ସହିତ ଚେହେରାରେ ବ୍ରଣ, ଶୁଖାପଣ ଓ ଓଠ ଫାଟିବା ଭଳି ବିଭିନ୍ନ ପ୍ରକାର ତ୍ୱଚାଜନିତ ସମସ୍ୟା ଦେଖାଯାଏ । ତେବେ ଏହି ସବୁ ସମସ୍ୟାର ସମାଧାନ କେବଳ ଗୋଟିଏ ହିଁ ସହଜ ଓ ସରଳ ଉପାୟରେ ହିଁ ହୋଇପାରିବ । ଶୁଷ୍କ ତ୍ୱଚା ସମସ୍ୟା ଦୂର କରିବା ପାଇଁ ଅମୃତଭଣ୍ଡା ବେଶ୍ ସହାୟକ । ଏହା ସହିତ ପାଚିଲା କଦଳୀ ମଧ୍ୟ ତ୍ୱଚାର ଚମକ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ ।

ଗୋଟିଏ ପାଚିଲା ଅମୃତଭଣ୍ଡାରୁ ଛୋଟ ଖଣ୍ଡଟିଏ ନେଇ ତାହାକୁ ଚାମଚ ସାହାଯ୍ୟରେ କୋରି ତାହାର ରସ ବାହାର କରିନିଅନ୍ତୁ । ଏଥିରେ ଗୋଟିଏ ପାଚିଲା କଦଳୀକୁ ଚକଟି ଦିଅନ୍ତୁ । ଏହାକୁ ଭଲ ଭାବେ ଫେଣ୍ଟି ଚେହେରା, ବେକ ଓ ବେକପଛ ପଟେ ଲଗାନ୍ତୁ । ଏହାକୁ ୧୫-୨୦ ମିନିଟ୍ ରଖିବା ପରେ ହାଲକା ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହାକୁ ସପ୍ତାହରେ ୨-୩ ଥର ଲଗାନ୍ତୁ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍କିନ୍ ସମସ୍ୟା ଦୂର କରିବାରେ ମଧ୍ୟ ଏହି ଫେସପ୍ୟାକ୍ ବେଶ୍ ଲାଭକାରୀ । ଯାଦୁ, ଶୀତଦିନରେ ସ୍କିନରେ ଲାଲ୍ ବ୍ରଣ ଦେଖାଯିବା, ଏକଜିମା, ବ୍ରଣ ଓ ବ୍ଲାକହେଡସ୍ ସମସ୍ୟାରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । କିଛି ଦିନ ପରେ ହିଁ ଆପଣ ଫରକ ଜାଣିପାରିବେ ।

Leave a Reply

Your email address will not be published. Required fields are marked *