ଧ୍ୟାନ ରଖନ୍ତୁ, ଛୋଟ ଛୋଟ ଭୁଲ୍ ଯୋଗୁଁ ହରାଇ ପାରନ୍ତି ସୁନ୍ଦରତା

ସମସ୍ତେ ନିଜକୁ ଅନ୍ୟମାନଙ୍କ ଠାରୁ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି । କିନ୍ତୁ ସୁନ୍ଦର ଚକ୍କରରେ ଆମେ ପ୍ରତିଦିନ ଏଭଳି କିଛି ଛୋଟ ଛୋଟ ଭୁଲ୍ କରିବସୁ, ଯାହା ଚେହେରାର ସୁନ୍ଦରତାକୁ ନଷ୍ଠ କରିବା ସହ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ତେଣୁ ସେହି ସବୁ ଛୋଟ ଛୋଟ ଭୁଲ୍ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା –
୧- ବାହାରୁ ଆସିବା ପରେ ମୁହଁକୁ ସଫା କରିବା ପାଇଁ ଅନେକଜଣ କ୍ଲିନଜିଙ୍ଗ୍ କ୍ରୀମ୍ର ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ଅଧିକ ବ୍ୟବହାର ତ୍ୱଚାର କୋମଳତାକୁ ନଷ୍ଠ କରିବା ସହିତ ଖୁବ୍ ଶୀଘ୍ର ଚେହେରାରେ ବୟସ ରେଖା ଆଣିଥାଏ ।
୨- ଅଧିକ ଅଏଲି ଫୁଡ୍ ଖାଇବା ଦ୍ୱାରା ଚେହେରାର ସୁନ୍ଦରତା ନଷ୍ଠ ହୋଇଥାଏ ବୋଲି ବିୟୁଟିସିଆନମାନେ ମତ ଦେଇଥାନ୍ତି ।
୩- ମୁହଁକୁ ସଫା କରିବା ସମୟରେ ଟାୱାଲରେ ରଗଡ଼ି ସଫା କରନ୍ତୁ ନାହିଁ । ହାଲକା ଫେସୱାସ୍ ନେଇ ଚେହେରାରେ ଲଗାନ୍ତୁ ଓ ଧୀରେ ଧୀରେ ସଫା କରନ୍ତୁ ।
୪- କମ୍ ଦାମର ବିୟୁଟି ପ୍ରଡକ୍ଟ ଆଦୌ ବ୍ୟବହାର କରନ୍ତୁ ନାହିଁ ।
୫- ସପ୍ତାହରେ ୨ ଥର ନିଶ୍ଚିତଭାବେ ସ୍କ୍ରବିଂ କରନ୍ତୁ ।
୬- ମେକଅପକୁ ଅତି ବେଶୀରେ ୫ରୁ ୬ ଘଣ୍ଟା ହିଁ ଚେହେରାରେ ରଖନ୍ତୁ । ଯଦି ଏହାଠାରୁ ଅଧିକ ସମୟ ଆବଶ୍ୟକ ଥାଏ, ତାହେଲେ ମେକଅପକୁ ସଫା କରି ପୁଣିଥରେ ମେକଅପ୍ ନିଅନ୍ତୁ ।
୭- ଅଫିସରୁ ଫେରିବା ପରେ ରିଲାକ୍ସ କରିବା ପାଇଁ ଆଜିକାଲି ମହିଳାମାନେ ଷ୍ଟିମ୍ ବାଥ୍ ନେଇଥାନ୍ତି । କିନ୍ତୁ କେବେ ମଧ୍ୟ ଏହାକୁ ପ୍ରତିଦିନ କରନ୍ତୁ ନାହିଁ ।
୮- ସନସ୍କ୍ରୀନ୍ କ୍ରୀମ୍ ଲଗାଇଥିଲେ ମଧ୍ୟ ବାହାରକୁ ଯିବା ସମୟରେ ଫୁଲ୍ସ୍ଲିଭ୍ ଡ୍ରେସ୍ ଓ ମୁହଁରେ କପଡ଼ା ବାନ୍ଧି ଯାଆନ୍ତୁ ।
୯- ଅଧିକ ଗାଢ଼ ମେକଅପ୍ ନିଅନ୍ତୁ ନାହିଁ ।
୧୦- ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟ ବଦଳରେ ନିଜ ଘରେ ପ୍ରସ୍ତୁତ ହୋଇପାରୁଥିବା କିଛି ବିୟୁଟି ପ୍ରଡକ୍ଟକୁ ପ୍ରାଧାନ୍ୟ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *