ଧଳାକେଶ ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଯୁବାବସ୍ଥାରେ କେଶ ଧଳା ହୋଇଗଲେ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି । ଏହା ସହିତ ଧଳାକେଶ ଆପଣଙ୍କର ସୌନ୍ଦର୍ଯ୍ୟକୁ ମଧ୍ୟ ନଷ୍ଠ କରିଥାଏ । ତେବେ ଅଧିକ ସମୟ ଧରି କେଶ କଲରିଂ କରିବା ମଧ୍ୟ ଉଚିତ୍ ନୁହେଁ । ତେଣୁ ଏ ସମସ୍ୟାର ସମାଧାନ କରିବା ପାଇଁ ଏକ ଘରୋଇ ଉପାୟ ରହିଛି । ଯାହାଦ୍ୱାରା ଧଳାକେଶ ସମସା ସବୁଦିନ ପାଇଁ ଦୂର ହୋଇଥାଏ ।

ଏଥିପାଇଁ ଆପଣଙ୍କୁ ଦରକାର ହେବ ଗୋଟିଏ ଲୁହା ବାସନ, ଅଂଳା ଓ ତ୍ରିଫଳା ଚୂର୍ଣ୍ଣ । ଲୁହା ପାତ୍ରରେ ପାଣି ରଖି ସେଥିରେ ଅଧା କପ୍ ତ୍ରିଫଳା ଚୂର୍ଣ୍ଣ ଗୋଳାଇ ରଖନ୍ତୁ । କିଛି ସମୟ ପରେ ସେଥିରେ ଅଧା କପ୍ ଅଂଳା ପାଉଡର୍ ମିଶାଇ ଭଲ ଭାବେ ପେଣ୍ଟି ଦିଅନ୍ତୁ । ପ୍ରାୟ ୨-୩ ଘଣ୍ଟା ପରେ ସେହି ପାଣିରେ କେଶ ଧୁଅନ୍ତୁ । କିଛି ଦିନ ନିୟମିତ ଏଭଳି କରିବା ପରେ ଧଳାକେଶ ସମସ୍ୟା ଦୂରେଇ ଯିବ । ଏହା ଦ୍ୱାରା ରୁପି ସମସ୍ୟା ମଧ୍ୟ ଦୂର ହେବ । ତେଣୁ ନିଶ୍ଚିତ ଭାବେ ଏହି ଉପାୟକୁ ଟ୍ରାଏ କରନ୍ତୁ ।

Leave a Reply

Your email address will not be published. Required fields are marked *