ବିବାହ ପୂର୍ବରୁ ଫଲୋ କରନ୍ତୁ ଏହିସବୁ ବିୟୁଟି ଟିପ୍ସ, ଚମକି ଉଠିବ ଚେହେରା

ଆରମ୍ଭ ହୋଇଗଲା ବିବାହ ଋତୁ । ବିଶେଷ ଭାବେ ଝିଅମାନେ ଖୁବ୍ ଜୋରସୋରରେ ଏହାର ପୂର୍ବ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ମେକଅପ୍ ଠାରୁ ଆରମ୍ଭ କରି ଆଉଟଫିଟ୍, ତା’ ସାଙ୍ଗକୁ ଟ୍ରେଣ୍ଡି ଜୁଏଲାରୀ ଓ ଫୁଟୱେର୍ ପାଇଁ ଝିଅମାନେ ବିଭିନ୍ନ ଟିପ୍ସ ଫଲୋ କରୁଛନ୍ତି । ବିୟୁଟିସିଆନ୍ଙ୍କ ମତରେ ପରଫେକ୍ଟ୍ ବ୍ରାଇଡାଲ୍ ଲୁକ୍ ସହିତ ଚମକଦାର୍ ଚେହେରା ପାଇବାକୁ ହେଲେ ବିବାହର ୩-୪ ସପ୍ତାହ ପୁର୍ବରୁ ହିଁ କିଛି ଟିପ୍ସ ଆପଣାଇବା ଉଚିତ୍ ।

ତେବେ ଆସନ୍ତୁ ଜାଣିବା –
୧- ପ୍ରତି ରାତିରେ କଂଚା ଖିରକୁ ଚେହେରାରେ ଲଗାନ୍ତୁ । ଏହା ଶୁଖିଯିବା ପରେ ଲେମ୍ବୁ ରସ ଲଗାନ୍ତୁ । ସକାଳେ ମୁହଁକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
୨- ମିଲ୍କ ପାଉଡର୍ ଓ ଗୋଲାପ ଜଳ ମିଶାଇ ଏକ ଗାଢ଼ା ପେଷ୍ଟ୍ ପ୍ରସ୍ତୁତ କରି ଚେହେରାରେ ଲଗାନ୍ତୁ । ଏହାକୁ ଚେହେରାରେ ୧ ଘଣ୍ଟା ରଖି ଧୋଇଦିଅନ୍ତୁ ।
୩- ଭିଟାମିନ୍ ଇ ଯୁକ୍ତ ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତୁ ।
୪- ଆଳୁକୁ କାଟି ଚେହେରାରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ହାଲକା ମସାଜ୍ କରନ୍ତୁ । ଏହା ନ୍ୟାଚୁରାଲ୍ ବ୍ଲିଚ୍ ଭାବେ କାମ କରିଥାଏ ।
୫- ବିବାହ ପୂର୍ବରୁ କୌଣସି ନୁଆ ବିୟୁଟି ପ୍ରଡକ୍ଟ କିମ୍ବା ଟ୍ରିଟମେଣ୍ଟ୍ ଆପଣାନ୍ତୁ ନାହିଁ । ପୂର୍ବରୁ କରି ଆସୁଥିବା ଫେସିଆଲ୍ ହିଁ କରାନ୍ତୁ ।
୬- ଅଲିଭ୍ ଅଏଲ୍ କିମ୍ବା ଆଲମଣ୍ଡ ଅଏଲକୁ କେଶ ମୂଳରେ ଲଗାଇ ଦେଢ଼ ୨ ଘଣ୍ଟା ପରେ ଧୋଇଦିଅନ୍ତୁ । କେଶ କଲରିଂ କରିବାକୁ ଚାହୁଁଥିଲେ ୩ ସପ୍ତାହ ପୂର୍ବରୁ ହିଁ କରନ୍ତୁ । ନଚେତ୍ ଏହା ଅସୁନ୍ଦର ଦେଖାଯାଏ ।

Leave a Reply

Your email address will not be published. Required fields are marked *