କେସର ଦ୍ୱାରା ପାଆନ୍ତୁ କୁଇନ୍ ଲୁକ୍

ମସଲା ଭିତରେ କେସର ବିଶ୍ୱସ୍ତରରେ ଏକ ବିଶେଷ ସ୍ଥାନ ଅଧିକାର କରିଛି । ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣ କରିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ସହିତ ସୌନ୍ଦର୍ଯ୍ୟ ବଢ଼ାଇବା କ୍ଷେତ୍ରରେ କେସର ଅତୁଳନୀୟ । ଚେହେରାକୁ ସୁନ୍ଦର, ସତେଜ ଓ ଚମକଦାର୍ କରିବା ସହିତ ଗୋରା କରିବା ପାଇଁ କେସରଯୁକ୍ତ ବିୟୁଟି ପ୍ରଡକ୍ଟର ବ୍ୟବହାର କରାଯାଉଛି, ଯାହାକି ଖୁବ୍ ଦାମୀ । ତେବେ ଆପଣ ଘରେ ମଧ୍ୟ କେସରକୁ ବ୍ୟବହାର କରି କୁଇନ୍ ଲୁକ୍ ପାଇପାରିବେ । କେସର ଚେହେରାରେ ବୟସ ରେଖାକୁ ମଧ୍ୟ ଆଣିବାକୁ ଦେଇନଥାଏ ।

କେସରରେ ଆଣ୍ଟି ବାକ୍ଟେରିଆଲ୍ ଗୁଣ ରହିଥିବା ଯୋଗୁଁ ଏହା ଶରୀରରେ ଥିବା ମଇଳାକୁ ବାହାର କରିଥାଏ । ଏହା ଏକ୍ସଫୋଲିଏଟର୍ ଭଳି କାମ କରିଥାଏ । ଡେଡ୍ ସେଲକୁ ବାହାର କରିବା କ୍ଷେତ୍ରରେ କେସର ବିଶେଷ ଭାବେ ସହାୟକ । ୧୦୦ ଏମଏଲ୍ ଗୋଲାପ ଜଳରେ ୬-୭ଟି କେସର ପକାଇ ଗୋଟିଏ ସ୍ପ୍ରେ ବୋତଲରେ ରଖନ୍ତୁ । ତ୍ୱଚାକୁ କ୍ଲିନଜର୍ ଦ୍ୱାରା ଭାବେ ସଫା କରିବା ପରେ ହାଲକା ପୋଛି ଦିଅନ୍ତୁ । ତ୍ୱଚା ଶୁଖିବା ପରେ ସେହି କେସର ଯୁକ୍ତ ଗୋଲାପଜଳ ଚେହେରାରେ ସ୍ପ୍ରେ କରନ୍ତୁ । ଏହାକୁ ନ୍ୟାଚୁରାଲି ଶୁଖିବାକୁ ଦିଅନ୍ତୁ । ଏହାକୁ ରାତିରେ ଶୋଇବା ପୂର୍ବରୁ କରିବା ଦ୍ୱାରା ଅଧିକ ସୁଫଳ ମିଳିଥାଏ ।

Leave a Reply

Your email address will not be published. Required fields are marked *