ଦୀପାବଳିରେ ଷ୍ଟାଇଲିସ୍ ଲୁକ୍ ପାଇଁ ଜାଣିରଖନ୍ତୁ କିଛି ଜୁଏଲାରୀ ଟିପ୍ସ
ଆସନ୍ତା ଦୀପାବଳୀରେ ନିଜକୁ ଷ୍ଟାଇଲିସ୍ ଲୁକ୍ ଦେବା ପାଇଁ ଗାରମେଣ୍ଟ୍ ଶୋ’ରୁମରେ ଭିଡ଼ ଜିମିଛି । କିନ୍ତୁ କେଉଁ ଆଉଟଫିଟ୍ ପାଇଁ କିଭଳି ଗହଣା ପିନ୍ଧିବେ ସେ ସମ୍ପର୍କିତ କିଛି ଟିପ୍ସ ଜାଣିବା ନିହାତି ଆବଶ୍ୟକ । ନଚେତ୍ ଏହା ଆପଣଙ୍କ ସୁନ୍ଦରତାକୁ ବିଗାଡ଼ି ଦେଇପାରେ । ତେବେ ଆସନ୍ତୁ ଜାଣିବା ଜୁଏଲାରୀ ସମ୍ପର୍କିତ କିଛି ଟିପ୍ସ-
୧- ଆଜିକାଲି ଟେମ୍ପୁଲ୍ କଏନ୍ ନେକଲେସର ଚାହିଦା ଅଧିକ । ପରଫେକ୍ଟ ଟ୍ରାଡିସନାଲ୍ ଲୁକ୍ ଚାହୁଁଥିଲେ ଆପଣ ଏହାକୁ ଶାଢ଼ି ସହିତ ପିନ୍ଧି ପାରିବେ । କିନ୍ତୁ ଏବେ ଏହାକୁ ଝିଅମାନେ ଲେହେଙ୍ଗା ଓ ଅନାରକଲି ସହିତ ମଧ୍ୟ କ୍ୟାରି କରୁଛନ୍ତି, ଯାହାକି ଏକ ନିଆରା ଲୁକ୍ ଦେଉଛି ।
୨- ଦୀପାବଳିରେ ଲେହେଙ୍ଗା ପିନ୍ଧୁଥିଲେ, ତା’ ସହିତ ସାଧାରଣ ମଥାଟିକା ନକିଣି ରାଜସ୍ଥାନୀ ଷ୍ଟାଇଲର ବୋରଲା ମଥାଟିକା କ୍ୟାରି କରନ୍ତୁ । ଏହା ମଲଟିକଲରରେ ଉପଲବ୍ଧ । ତେଣୁ ଆପଣ ଆଉଟଫିଟକୁ ମ୍ୟାଚ୍ କରିବା ଭଳି ରଙ୍ଗରେ ଏହାକୁ କିଣିପାରିବେ । ଝୁମକା ଷ୍ଟାଇଲର୍ ବୋରଲା ଆପଣଙ୍କୁ ଆହୁରି ଫ୍ୟାଶନେବୁଲ୍ କରାଇବ ।
୩- ଶାଢି ହେଉ କିମ୍ବା ଲେହେଙ୍ଗା, ଏହାକୁ ପରଫେକ୍ଟ କରିବା କରିବା ପାଇଁ ବାହୁବଳୀ ଇୟରଂ ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ । ହେଭି ସାଲୱାର୍ ସୁଟ୍ ପାଇଁ ମଧ୍ୟ ଏହା ବେଶ୍ ମାନିଥାଏ ।
୪- ହେୟାରଷ୍ଟାଲ୍ ମଧ୍ୟରେ ଫେଷ୍ଟିଭ୍ ସିଜିନ୍ ପାଇଁ ଜୁଡ଼ାର ଚାହିଦା ସବୁଠାରୁ ଅଧିକ । ଏହାକୁ ଅଧିକ ସୁନ୍ଦର କରିବା ପାଇଁ ଫୁଲର ଗଜରା ଲଗାଯାଇଥାଏ । କିନ୍ତୁ କିଛି ସମୟ ପରେ ଫୁଲ ମଉଳି ଯାଇ ଅସୁନ୍ଦର ଦେଖାଯାଏ । ତେଣୁ ଜୁଡ଼ା ଷ୍ଟାଇଲ୍ ପାଇଁ ବିଭିନ୍ନ ପ୍ରକାର ଷ୍ଟୋନ୍ଯୁକ୍ତ କ୍ଲିପ୍ କିମ୍ବା ପିନ୍ କିମ୍ବା ବଡ଼ ଷ୍ଟୋନ୍ଯୁକ୍ତ ହେୟାରପିନ୍ ଲଗାନ୍ତୁ ।
୫- ହାତରେ ଅଧିକ ଚୁଡ଼ି ପିନ୍ଧିବାକୁ ଚାହୁଁନଥିଲେ କୁନ୍ଦନ ଯୁକ୍ତ ବଡ଼ ବେଙ୍ଗଲସ୍ କ୍ୟାରି କରନ୍ତୁ । ଝିଅମାନେ ଗୋଲଡ୍ ପ୍ଲେଟେଡ୍ ବଡ଼ ବ୍ରେସଲେଟ୍ କିମ୍ବା ଥ୍ରେଡ୍ ୱାର୍କ କଙ୍ଗନ୍ ପିନ୍ଧି ଷ୍ଟାଲଇସ୍ ଲୁକ୍ ପାଇପାରିବେ ।