ବିୟୁଟି ଟିପ୍ସ: ଗୋଲଡ୍ ଗ୍ଲିଟର୍ ଦ୍ୱାରା ବଢ଼ାନ୍ତୁ ସୁନ୍ଦରତା

ବିୟୁଟି ମାର୍କେଟରେ ଯେତେ ପ୍ରକାର ଓ ଯେତେ ରଙ୍ଗର ଗ୍ଲିଟର୍ସର ମିଳୁ ନା କାହିଁକି ଗୋଲଡ୍ ଗ୍ଲିଟର୍ସର ଚାହିଦା ସବୁବେଳେ ରହିଆସିଛି ଓ ରହିଥିବ ମଧ୍ୟ । ତେଣୁ ଏହି ଫେଷ୍ଟିଭ୍ ସିଜିନରେ ଗୋଲଡ୍ ଗ୍ଲିଟରର୍ସ ଆପଣଙ୍କୁ ଏକ ରୟାଲ୍ ଲୁକ୍ ଦେବ । ତେବେ ଆସନ୍ତୁ ଜାଣିବା ଗୋଲଡ୍ ଟଚ୍ ଦ୍ୱାରା ଆପଣ କିଭଳି କୁଇନ୍ ଲୁକ୍ ପାଇପାରିବେ-

୧- ଆଖିର ସୁନ୍ଦରତା ବଢ଼ାଇବାକୁ ହେଲେ କୌଣସି ଡାର୍କ ରଙ୍ଗର ସେଡ୍ ବାଛନ୍ତୁ । ଏହାକୁ ଆଖି ପାଖରେ ନ ଲଗାଇ ଅଳ୍ପ ଛାଡ଼ିକରି ଲଗାନ୍ତୁ । ଏଥିରେ ଗୋଲଡ୍ ଗ୍ଲିଟରକୁ ହାଲକା ଲଗାନ୍ତୁ ।

୨- ଆଖି ସହିତ ଆଖିର ପତାକୁ ଏକ କ୍ଲାସି ଲୁକ୍ ଦେବା ପାଇଁ ପ୍ରଥମେ ପ୍ରାଇମର୍ ଲଗାନ୍ତୁ । ଏହାପରେ ଗ୍ଲିଟର୍ ଆଇ ସାଡୋର ବିଭିନ୍ନ ରଙ୍ଗ ମଧ୍ୟରୁ ଆପଣଙ୍କ ପସନ୍ଦର ରଙ୍ଗ ବାଛି ଲଗାନ୍ତୁ ।

୩- ବଡ଼ ଓ ୱାଇଡ୍ ଲିପ୍ସ ଚାହୁଁଥିଲେ ଆପଣ ଲୋୟର୍ ଲିପର ସେଣ୍ଟରେ ଗ୍ଲିଟର୍ ଲଗାନ୍ତୁ । ଗ୍ଲିଟର୍ ଉପରେ ପଡ଼ୁଥିବା ଲାଇଟର ଇଲ୍ୟୁସନ୍ ଦ୍ୱାରା ଲିପସ୍ ବଡ଼ ଓ ସୁନ୍ଦର ଦେଖାଯାଇଥାଏ ।

୪- କୌଣସି ବିଶେଷ ପାର୍ଟି କିମ୍ବା ଫେଷ୍ଟିଭ୍ ସିଜିନରେ ନିଜକୁ ଏକ ନିଆରା ଲୁକ୍ ଦେବା ପାଇଁ ଚିକ୍ ବୋନ୍ସରେ ହାଲକା ମେକଅପ୍ ନେଇ ଗୋଲଡ୍ ଗ୍ଲିଟର୍ ଲଗାନ୍ତୁ । ଏହି ଲୁକ୍ ସମସ୍ତଙ୍କ ସ୍କିନ୍ ଟୋନର୍ ସହିତ ମ୍ୟାଚ୍ କରିବା ସହ ଏକ ଭିନ୍ନ ଲୁକ୍ ଆଣିଥାଏ । 

Leave a Reply

Your email address will not be published. Required fields are marked *