ବିୟୁଟି ଟିପ୍ସ: ନଡ଼ିଆ ତେଲ ଦ୍ୱାରା ଘରେ ବନାନ୍ତୁ ଜେଲ୍ ଆଇଲାଇନର୍

ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରୁ ଜେଲ୍ ଆଇଲାଇନର୍ କିଣିବା ଅପେକ୍ଷା ଆପଣ ଘରେ ମଧ୍ୟ ଜେଲ୍ ଆଇଲାଇନର୍ ପ୍ରସ୍ତୁତ କରିପାରିବେ । ଏହା ଆଖି ପାଇଁ ଅଧିକ ସୁରକ୍ଷିତ । କଳା ରଙ୍ଗ ନୁହେଁ, ଆପଣ ଯେ କୌଣସି ରଙ୍ଗର ଜେଲ୍ ଆଇଲାଇନର୍ ଘରେ ହିଁ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଏହାକୁ ପ୍ରସ୍ତୁତ କରିବେ – ପ୍ରଥମେ ବ୍ଲାକ୍ ରଙ୍ଗର ଆଇଶାଡୋକୁ ସ୍କ୍ରେପ୍ କରି ଗୋଟିଏ ଛୋଟ କଣ୍ଟେନରରେ ଭରି ରଖନ୍ତୁ । ସେଥିରେ ଅଳ୍ପ ଆଇ ପ୍ରାଇମର ମିଶାଇ ଭଲ ଭାବେ ପେଣ୍ଟନ୍ତୁ । ଏହି ଦୁଇଟି ଜିନିଷ ମିଶିଯିବା ପରେ ସେଥିରେ କିଛି ବୁନ୍ଦା ନଡ଼ିଆ ତେଲ ପକାଇ ଭଲ ଭାବେ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ଜେଲ୍ ଆଇଲାଇନର୍ ।

ଏହା ଲଗାଇବା ପରେ ୭-୮ ଘଣ୍ଟା ରହିଥାଏ । ଧ୍ୟାନ ରଖନ୍ତୁ, ଆଇଲାଇନର୍ ପ୍ରସ୍ତୁତ କରିବା ପାଇଁ ଲୁଜ୍ ଆଇଶାଡୋ ବ୍ୟବହାର କରନ୍ତୁ । ଆଇଲାଇନରକୁ ସିମରି ଲୁକ୍ ଦେବାକୁ ଚାହୁଁନଥିଲେ ମ୍ୟାଟ୍ ଆଇଶାଡୋ ବ୍ୟବହାର କରନ୍ତୁ । ତେବେ ଆପଣ ମଧ୍ୟ ଥରେ ନିଶ୍ଚିତ ଭାବେ ଏହି ବିୟୁଟି ଟିପ୍ସକୁ ଆପଣାଇ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *