କରବାଚୌଥ୍ ପାଇଁ ଜାଣିରଖନ୍ତୁ କିଛି ବିୟୁଟି ଟିପ୍ସ
ଆସନ୍ତା ୧୭ ତାରିଖରେ ପଡ଼ିବ କରବାଚୌଥ୍ ବ୍ରତ । ସଧବା ସ୍ତ୍ରୀମାନେ ସେମାନଙ୍କର ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନ କରି ଏହି ବ୍ରତ ରଖିଥାନ୍ତି । ଏହିଦିନ ବିଶେଷ ଭାବେ ମହିଳାମାନେ ନିଜର ବେଶଭୂଷା ଓ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଅନେକ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ । ଅନେକ ମହିଳା ବିୟୁଟି ପାର୍ଲର ଯାଇ ନିଜକୁ ଏକ ଆକର୍ଷଣୀୟ ଲୁକ୍ ଦେଇଥାନ୍ତି । କିନ୍ତୁ ଆପଣ କିଛି ଘରୋଇ ବିୟୁଟି ଟିପ୍ସ ଆପଣାଇ ଏକ ଚମକଦାର୍ ଚେହେରା ସହିତ ଆକର୍ଷଣୀୟ ଲୁକ୍ ପାଇପାରବେ । ତେବେ ଆସନ୍ତୁ ଜାଣିବା –
୧- ପ୍ରତିଦିନ ୮-୧୦ ଗ୍ଲାସ୍ ପାଣି ପିଅନ୍ତୁ । ପାଣି ଦ୍ୱାରା ଚେହେରାରେ ଚମକ ଆସିବା ସହିତ ବ୍ରଣ ଭଳି ଅନେକ ମସସ୍ୟା ଦୂର ହୋଇଥାଏ ।
୨- କରବାଚୌଥ୍ ପର୍ଯ୍ୟନ୍ତ ଅଧିକ ମସଲାଯୁକ୍ତ ଖାଦ୍ୟ କିମ୍ବା ଫାଷ୍ଟଫୁଡ୍ ଠାରୁ ଦୂରେଇ ରହନ୍ତୁ । ଅଧିକ ମସଲାଯୁକ୍ତ ଖାଦ୍ୟ ଓ ତେଲଛଣା ଖାଦ୍ୟ ଦ୍ୱାରା ବ୍ରଣ ହେବାର ସମ୍ଭାବନା ଅଧିକ ଥାଏ । ଏହା ଛଡ଼ା ଚେହେରା ଅଧିକ ଅଏଲି ଦେଖାଯାଏ ।
୩- ପ୍ରତିଦିନ ସକାଳେ ଓ ରାତିରେ ଚେହେରାକୁ ଭଲ ଭାବେ ମଇଶ୍ଚରାଇଜର୍ ଯୁକ୍ତ କ୍ଲିନଜରରେ ଧୋଇ ମୁଲତାନି ମିଟି ଓ ଗୋଲାପ ଜଳକୁ ଫେଶପ୍ୟାକ୍ ଭାବେ ଲଗାନ୍ତୁ ।
୪- ଚେହେରା ଓ କେଶରେ ଅଲିଭ୍ ଅଏଲ୍ ମସାଜ୍ କରନ୍ତୁ । ଏହାଦ୍ୱାରା ସ୍କିନ୍ରେ ଚମକ ଆସିଥାଏ ।
୫- ମେନିକିୟୋର୍ ଓ ପେଡିକିୟୋର୍ କରିବା ପାଇଁ ହାତ ଓ ପାଦକୁ ଭଲ ଭାବେ ଧୋଇ ୧୦-୧୫ ମିନିଟ୍ ଖିରରେ ବୁଡ଼ାଇ ରଖନ୍ତୁ । ଏହାପରେ ହାଲକା ମାଲିସ୍ କରନ୍ତୁ ।