ବିୟୁଟି ଟିପ୍ସ: ଘରେ ବନାନ୍ତୁ କର୍ଲି ହେୟାର୍
ଏହି ଫେଷ୍ଟିଭ୍ ସିଜିନରେ ନିଜକୁ ନିଆରା ଲୁକ୍ ଦେବା ପାଇଁ ଝିଅମାନେ ହେୟାର୍ ଷ୍ଟାଇଲକୁ ନେଇ ବିଭିନ୍ନ ପ୍ରକାର ଏକ୍ସପରିମେଣ୍ଟ୍ କରିଥାନ୍ତି । ଯେଉଁମାନଙ୍କ କେଶ କର୍ଲି ବା କୁଞ୍ଜକୁଞ୍ଜ ଥାଏ, ସେମାନେ ତାହାକୁ ଷ୍ଟ୍ରେଟେନିଙ୍ଗ୍ କରି ଅନେକ ପ୍ରକାର ଜୁଡ଼ା କିମ୍ବା ବେଣୀ କରିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଯେଉଁମାନଙ୍କ କେଶ ନ୍ୟାଚୁରାଲି ସିଧା ଥାଏ, ସେମାନେ କେଶର ତଳ ଭାଗରେ ହାଲକା କର୍ଲି କରିବାକୁ ଚାହାନ୍ତି । ଆଉ କେତେଜଣ ସମ୍ପୂର୍ଣ୍ଣ ଭାବେ ହେୟାର୍ କର୍ଲିଙ୍ଗ୍ କରିଥାନ୍ତି । ବିୟୁଟିପାର୍ଲରରେ ଏଥିପାଇଁ ବେଶ୍ ଖର୍ଚ୍ଚ ହୋଇଥାଏ । ତେଣୁ ଆପଣ ଘରେ ମଧ୍ୟ ସହଜ ଉପାୟରେ କେଶକୁ କର୍ଲି ଲୁକ୍ ଦେଇପାରିବେ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ –
୧- ସାମ୍ପୁରେ କେଶ ଧୋଇବା ପରେ ଓଦା ଥିବା ସମୟରେ ରୋଲିଙ୍ଗ୍ ପାନିଆରେ କେଶକୁ ଗୁଡ଼ାଇ ରଖି ବ୍ଲୋ ଡ୍ରାଏ କରନ୍ତୁ ।
୨- କେବଳ କେଶ ତଳେ କର୍ଲିଙ୍ଗ୍ କରିବାକୁ ଚାହୁଁଥିଲେ କେଶକୁ ଗୁଡ଼ାଇ ହେୟାର୍ ଷ୍ଟ୍ରେସନର୍ ସାହାଯ୍ୟରେ ଅଧିକ ଡ୍ରାଏ କରନ୍ତୁ ।
୩- ଯଦି ଆପଣଙ୍କର କେଶ ଛୋଟ ଅଛି, ତେବେ ଓଦା ଥିବା ସମୟରେ କେଶକୁ ୩-୪ ଭାଗ କରି ଛୋଟ ପାନିଆ ଓ ରୋଲର୍ ସାହାଯ୍ୟରେ ଗୁଡ଼ାଇ ରଖି ସାଧାରଣ ହେୟାର୍ ଡ୍ରାଏ ସାହାଯ୍ୟରେ ଶୁଖାନ୍ତୁ ।
୪- ଯଦି ଆପଣଙ୍କ କେଶ ଅଧିକ ପତଳା ଥାଏ ତେବେ ଡ୍ରାଏ ଓ ରୋଲର୍ ଠାରୁ ଦୂରେଇ ରୁହନ୍ତୁ । ପତଳା କେଶ କର୍ଲ କରିବାକୁ ଚାହୁଁଥିଲେ ହାଲକା ଟାୱଲ୍ ଗୁଡ଼ାଇ ତା’ ଉପରେ ଡ୍ରାଏ ବ୍ୟବହାର କରନ୍ତୁ ।











