ବିୟୁଟି ଟିପ୍ସ: ଦାଣ୍ଡିଆ ଲୁକ୍ ପାଇଁ ପରଫେକ୍ଟ ଟ୍ରେଣ୍ଡି ଜୁଏଲାରୀ

ଦାଣ୍ଡିଆ ନାଇଟ୍ ପାଇଁ ଘାଗରା କିମ୍ବା ଲେହେଙ୍ଗା ଚୋଲି ପାଇଁ ପାରମ୍ପରିକ ଜୁଏଲାରୀ ଭାବେ ରହିଆସିଛି ନେକଲେସ୍, ଅଣ୍ଟା ପଟି, ବଡ଼ ଝୁମକା ଓ ପାଉଁଜି । କିନ୍ତୁ ଏବେ ଫ୍ୟାଶନ୍ ଅପଡେଟକୁ ପସନ୍ଦ କରୁଥିବା ଝିଅମାନଙ୍କ ପାଇଁ ଏସବୁ ପୁରୁଣା ହୋଇଗଲାଣି । ତେଣୁ ଆପଣଙ୍କୁ ଅଧିକ ଗ୍ଲାମରସ୍, ଟ୍ରେଣ୍ଡି ଓ ଫ୍ୟାଶନେବୁଲ୍ ଲୁକ୍ ଆଣିବା ପାଇଁ ଫ୍ୟାଶନ୍ ଡିଜାଇନର୍ ମାନେ ଅନେକ କିଛି ଟିପ୍ସ ଦେଇଛନ୍ତି । ଗହଣା କ୍ଷେତ୍ରରେ ସେସବୁ ଏକ୍ସପରିମେଣ୍ଟ୍ ଆଜକାଲି ଝିଅମାନଙ୍କ ପ୍ରଥମ ପସନ୍ଦ ସାଜିଛି । ଦାଣ୍ଡିଆ ନାଇଟରେ ଯଦି ଆପଣ ମଧ୍ୟ ନିଜକୁ ଟ୍ରେଣ୍ଡି ଓ ନିଆରା ଲୁକ୍ ଦେବାକୁ ଚାହୁଁଛନ୍ତି, ତେବେ ଫଲୋ କରନ୍ତୁ ଟ୍ରେଣ୍ଡି ଜୁଏଲାରୀ ସମ୍ପର୍କିତ କିଛି ଟିପ୍ସ-

୧- ମାଟେରିଆଲ୍ ନେକଲେସ୍ ବଦଳରେ ଆପଣ ଥ୍ରେଡ୍ ନେକଲେସ୍ କ୍ୟାରି କରନ୍ତୁ । ଆଉଟଫିଟର ରଙ୍ଗକୁ ମ୍ୟାଚ୍ କରି ଆପଣ ଥ୍ରେଡ୍ ନେକଲେସ୍ ଆଣନ୍ତୁ କିମ୍ବା ଘୁଙ୍ଗୁର ଲାଗିଥିବା ମଲଟିକଲର୍ ଥ୍ରେଡ୍ ନେକଲେସ୍ ଆପଣଙ୍କୁ ବେଶ୍ ପରଫେକ୍ଟ ଲୁକ୍ ହେବ ।

୨- ଭାରି ଝୁମୁକା ବଦଳରେ ଆପଣ କାନଫୁଲ ଭାବେ ଅକ୍ସିଡାଇଜଡ୍ ଇୟର୍ କଫସ୍ ଲଗାନ୍ତୁ । ଏହାକୁ ଆପଣ ହାଲକା ଝୁମକା ସହିତ ମଧ୍ୟ କ୍ୟାରି କରିପାରିବେ ।

୩- ହାତରେ ହେଭି କଙ୍ଗନ୍ କିମ୍ବା ହେଭି ଷ୍ଟୋନଯୁକ୍ତ ବ୍ରେସଲେଟ୍ ବଦଳରେ ପମପମ୍ ଯୁକ୍ତ କଙ୍ଗନ୍ କିମ୍ବା ଲେୟାରର୍ଡ଼ ପମପମ୍ ବ୍ରେସଲେଟ୍ ପିନ୍ଧନ୍ତୁ । ଏହା ଆପଣଙ୍କୁ ପରପେକ୍ଟ ଦାଣ୍ଡିଆ ଲୁକ୍ ଦେବ ।

୪- ମେଟେରିଆଲଷ୍ଟିକ୍ ଅଣ୍ଟା ପଟିକୁ ବଦଳରେ ଥ୍ରେଡ୍ ନେକଲେସ୍ର ରଙ୍ଗକୁ ମ୍ୟାଚ୍ କରିବା ଭଳି ଥ୍ରେଡ୍ ୱାର୍କ ଅଣ୍ଟା ପଟି ଆଜିକାଲି ଏକ ବେଶ୍ ପସନ୍ଦ କରାଯାଉଛି । ଏହାର ଓଜନ ଖୁବ୍ କମ୍ ଏବଂ ଏହା ଦେଖିବାକୁ ଖୁବ୍ ସୁନ୍ଦର ଲାଗେ । ତେଣୁ ଦାଣ୍ଡିଆ ଡ୍ୟାନ୍ସ ସମୟରେ ଏହା ଆପଣଙ୍କ ପାଇଁ ଆରାମଦାୟକ ହୋଇଥାଏ ।

୫- ଲେୟରର୍ଡ଼ ଝୁମକା, ହାଲକା ଚାନ୍ଦି ଝୁମକା ଓ ମିରର୍ ୱାର୍କ ହୋଇଥିବା ଇୟରିଂ ଯେ କୌଣସି ଆଉଟଫିଟ୍ ପାଇଁ ଏକଦମ୍ ପରଫେକ୍ଟ ଚଏସ୍ । ମିରର୍ ୱାର୍କ ଝୁମକାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ ।

୬- ପାଦରେ ସିମ୍ପଲ୍ ପାଉଁଜି ବଦଳରେ ପାଦ ମୁଦି ସହିତ ପାଉଁଜି ଯୁକ୍ତ ହୋଇଥିବା ଲେୟାରର୍ଡ଼ ପାଉଁଜି ପିନ୍ଧନ୍ତୁ । 

Leave a Reply

Your email address will not be published. Required fields are marked *