କେଶ ଧୋଇବା ସମୟରେ ଆପଣ କରୁଛନ୍ତି କି ଏହିସବୁ ଭୁଲ୍, ହୋଇଯା’ନ୍ତୁ ସାବଧାନ

କେଶକୁ ମଜବୁତ୍ ରଖିବା ସହ କେଶ ଜନିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସମସ୍ତେ ଅନେକ ପ୍ରକାର ଟିପ୍ସ ଫଲୋ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି କେଶକୁ ଧୋଇବା ପ୍ରକ୍ରିୟା ସଠିକ୍ ନ ହେବା ଦ୍ୱାରା ମଧ୍ୟ କେଶ ଝଡ଼ିବା, ରୂପି ଓ ରୁକ୍ଷ କେଶ ସମସ୍ୟା ସୃଷ୍ଟି ହୋଇଥାଏ । କେଶ ସଫା କରିବା ସମୟରେ ଆମେ ଅଜାଣତରେ ଏଭଳି କିଛି ଭୁଲ୍ କରିଥାଉ, ଯାହାଦ୍ୱାରା କେଶ ଅଧିକ ମାତ୍ରାରେ ଝଡ଼ିଥାଏ । ତେବେ କେଶ ଧୋଇବା ସମୟରେ ଆପଣଙ୍କୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ-

୧- ଅଧିକ ଥଣ୍ଡା କିମ୍ବା ଅଧିକ ଗରମ ପାଣିରେ କେଶ ଧୁଅନ୍ତୁ ନାହିଁ । ଏହା ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଥାଏ । ତେଣୁ କେଶ ଧୋଇବା ସମୟରେ ସବୁବେଳେ ହାଲକା ଉଷୁମ ପାଣି ବ୍ୟବହାର କରନ୍ତୁ ।

୨- ସାମ୍ପୁ କରିବା ପୂର୍ବରୁ ମୁଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଓଦା କରି ହାଲକା ମାଲିସ୍ କରି ଧୋଇଦିଅନ୍ତୁ । ଏହାପରେ ସାମ୍ପୁ କରନ୍ତୁ ।

୩- ଅଧିକଥର ସାମ୍ପୁର ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା କେଶ ରୁକ୍ଷ ହୋଇଥାଏ । ଅଧିକ ସାମ୍ପୁର ବ୍ୟବହାରରେ କେଶ ମୂଳ ଶୁଷ୍କ ହୋଇ ରୂପି ସମସ୍ୟା ସୃଷ୍ଟି କରେ ।

୪- ସାମ୍ପୁ ଲଗାଇବା ପରେ ଫେଣ ନ ହେଲେ ସାମ୍ପୁ ଖରାପ ବୋଲି ଭାବିନେବା ଉଚିତ୍ ନୁହେଁ କିମ୍ବା ଅଧିକ ଥର ଲଗାଇବା ଉଚିତ୍ ନୁହେଁ । ଅନେକଗୁଡ଼ିଏ ହରବାଲ୍ ସାମ୍ପୁ ରହିଛି, ଯାହାକି ଅଧିକ ଫେଣ ହୋଇନଥାଏ ।

୫- ସାମ୍ପୁ ଲଗାଇବା ପରେ କେଶକୁ ଅଧିକ ରଗଡ଼ି ସଫା କରନ୍ତୁ ନାହିଁ ।

୬- ସପ୍ତାହରେ ଅତିବେଶୀରେ ୨ଥର ହିଁ କେଶ ସଫା କରନ୍ତୁ । କାରଣ ଅଧିକ ସାମ୍ପୂର ବ୍ୟବହାର କେଶର କୋମଳତା ନଷ୍ଠ କରିବା ସହିତ କେଶ ବଢ଼ିବାକୁ ଦେଇନଥାଏ ।

Leave a Reply

Your email address will not be published. Required fields are marked *