ଡେଡ୍ ସ୍କିନ୍ ସମସ୍ୟା ପାଇଁ କ’ଣ କରିବେ? ଜାଣନ୍ତୁ
ଡେଡ୍ ସ୍କିନ୍ ବା ମୃତ କୋଷିକା ଚେହେରାକୁ ରୁକ୍ଷ ଓ ଅସୁନ୍ଦର କରିଥାଏ । ମୃତ କୋଷିକା ଦୂର କରିବା ପାଇଁ ବିଭିନ୍ନ ପ୍ରକାର ସ୍କିନ୍ କେୟାର୍ ପ୍ରଡକ୍ଟର ଅଧିକ ବ୍ୟବହାର କିମ୍ବା ଲେଜର୍ ଚିକିତ୍ସା ଦ୍ୱାରା ବ୍ରଣ, ଲାଲ୍ ଦାଗ କିମ୍ବା ରିଙ୍କଲସ୍ ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ପ୍ରାକୃତିକ ଉପାୟରେ ଡେଡସ୍କିନ୍ ସମସ୍ୟା ଦୂର କରିବା ପାଇଁ ସବୁଠାରୁ ଭଲ ଉପାୟଟି ହେଉଛି କଫି ଫେସପ୍ୟାକ୍ ।
କଫିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍ ଗୁଣ ଯୋଗୁଁ ମୃତ କୋଷିକାଗୁଡ଼ିକ ଆପେ ବାହାରି ଯାଇଥାଏ । ଏହା ନୂଆ ସ୍କିନ୍ ସେଲ୍ ସୃଷ୍ଟି କରିବା ସହ ତ୍ୱଚାକୁ ଗୋରା ଓ ଚମକଦାର୍ ମଧ୍ୟ କରିଥାଏ । ସପ୍ତାହରେ ଅତିକମ୍ରେ ୨ଥର କଫି ଫେସପ୍ୟାକ୍ ବ୍ୟବହାର କରନ୍ତୁ । ମୃତ କୋଷିକା ସମସ୍ୟା ଦୂର କରିବା ସହ ଏହା ସନବର୍ଣ୍ଣ, ଟୋନିଙ୍ଗ୍ ଓ ଲାଲ୍ ବ୍ରଣରୁ ମଧ୍ୟ ମୁକ୍ତି ଦେଇଥାଏ । କଫି ଫେସପ୍ୟାକ୍ କେବଳ ଚେହେରା ପାଇଁ ନୁହେଁ, ଶରୀରରେ ଯେ କୌଣସି ସ୍ଥାନ କୁଣ୍ଡେଇ ହୋଇ ଲାଲ୍ ହେଉଥିଲେ ମଧ୍ୟ କଫିର ପେଷ୍ଟ୍ ପ୍ରସ୍ତୁତ କରି ଲଗାନ୍ତୁ । ଖୁବ୍ କମ୍ ଦିନ ମଧ୍ୟରେ ଏହା ଦୂର ହେବ ।











