ଅସମୟରେ କେଶ ଧଳା ହୋଇଯାଉଥିଲେ କରନ୍ତୁ ଏହି ଉପାୟ
ପରିବେଶ ପ୍ରଦୂଷଣ ଓ ଅତ୍ୟଧିକ ଜଙ୍କଫୁଡ୍ ଖାଇବା ଦ୍ୱାରା ଆଜିକାଲି ଅସମୟରେ କେଶ ପାଚିବା ସମସ୍ୟା ଦେଖିବାକୁ ମିଳୁଛି । ୧୮ ବର୍ଷରୁ କମ୍ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ ଏହାର ଏକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଖୁବ୍ କମ୍ ଦିନରେ କେଶ ପାଚିବା ଦୂର ହୋଇଥାଏ । କେଶ ମଜବୁତ୍ ହେବା ସହ ଧଳା କେଶ ମଧ୍ୟ ଧୀରେ ଧୀରେ କଳା ହୋଇଯାଏ ।
ଏହି ଉପାୟ ଖୁବ୍ ପୁରୁଣା ହୋଇଥିଲେ ମଧ୍ୟ ଆଧୁନିକ ଯୁଗର ବିୟୁଟିସିଆନମାନେ ଏହାକୁ ଆପଣାଇବାକୁ ପରାମର୍ଶ ଦେଇଥାନ୍ତି । ଏଥିପାଇଁ ୨ଟି ଜିନିଷ ଆବଶ୍ୟକ ନଡ଼ିଆ ତେଲ ଓ ଅଂଳା । ନିଜ ଘରେ ନଡ଼ିଆ ତେଲ ପ୍ରସ୍ତୁତ କରନ୍ତୁ । ସେଥିରେ ଅଂଳାକୁ ପକାଇ ତେଲର ରଙ୍ଗ କଳା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଥଣ୍ଡା ହେବାପରେ ଏହାକୁ ଗୋଟିଏ ବୋତଲରେ ରଖି କେଶ ମୂଳରେ ଲଗାନ୍ତୁ । ପ୍ରତିଦିନ ରାତିରେ ଏଭଳି କରନ୍ତୁ ଏବଂ ସକାଳେ କେଶକୁ ଧୋଇଦିଅନ୍ତୁ । କିଛି ମାସ ଏଭଳି କରିବା ପରେ ଆପଣଙ୍କ କେଶ କଳା ଦେଖାଯିବ ।











