ପିଆଜରେ ଲୁଚି ରହିଛି ଗୋରାପଣର ରହସ୍ୟ
ଗୋରା ହେବା ପାଇଁ କିଏ ବା ନଚାହେଁ । ଏଥିପାଇଁ ମହିଳାମାନେ ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନଥାନ୍ତି । କିନ୍ତୁ ଏସବୁ ନକରି ଘରେ ମଧ୍ୟ ପାର୍ଲର ଭଳି ସୁନ୍ଦରତା ମିଳିପାରିବ । ରୋଷେଇ ଘରେ ଥିବା ପିଆଜରେ ସୁନ୍ଦରତାର ରହସ୍ୟ ଲୁଚି ରହିଛି, ଯାହାକି ଚେହେରାରେ ଥିବା କଳାଦାଗ ଦୂର କରିବା ସହିତ ତ୍ୱଚାର ଚମକ ବଢ଼ାଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି କରିବେ ପିଆଜର ବ୍ୟବହାର । ପଆଜର ରସ ବାହାର କରନ୍ତୁ । ୨ ଚାମଚ ପିଆଜ ରସ ସହିତ ୨ ଚାମଚ ପଇଡ଼ ପାଣିକୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏଥିରେ ଗୋଟିଏ ତୁଳାକୁ ବୁଡ଼ାଇ ଚେହେରାରେ ଲଗାନ୍ତୁ । ରାତି ଶୋଇବା ପୂର୍ବରୁ ଏହାକୁ କରିବା ଭଲ । କିନ୍ତୁ ଯଦି ଦିନ ସମୟରେ ଏହାକୁ କରୁଛନ୍ତି, ତେବେ ଅତିକମ୍ରେ ଏହାକୁ ୧ ଘଣ୍ଟା ପାଇଁ ଚେହେରରେ ଲଗାଇ ରଖନ୍ତୁ । ଏହା ବ୍ୟତୀତ ଆପଣ ପଇଡ ପାଣିରେ ପିଆଜକୁ ପକାଇ ଗ୍ରାଇଣ୍ଡ୍ କରି ନିଅନ୍ତୁ । ଏହାକୁ ଚେହେରାରେ ଲଗାଇବା ଦ୍ୱାରା ବ୍ରଣଜନିତ କଳାଦାଗ ଦୂର ହେବା ସହ ଚେହେରାରେ ଚମକ ଆସିଥାଏ ।











