ବିୟୁଟି ଟିପ୍ସ: ସାମ୍ପୁରେ ମିଶାନ୍ତୁ ଏହି ଜିନିଷ, କେଶ ସମସ୍ୟାକୁ କୁହନ୍ତୁ ବାଏ ବାଏ

ଆଜିକାଲିର ଯୁବପିଢ଼ି ଅଧିକ କେଶ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଅନିୟମିତ ଜୀବନଶୈଳୀ ଓ ଭିଟାମିନର ଅଭାବ ଓ ବାହାର ପ୍ରଦୂଷଣ ଯୋଗୁଁ କେଶ ସମସ୍ୟା ସୃଷ୍ଟି ହୋଇଥାଏ । ଗୋଟିଏ ସହଜ ଓ ସରଳ ଉପାୟ ରହିଛି, ଯାହାଦ୍ୱାରା ଖୁବ୍ କମ୍ ଦିନରେ ଏହାର ସମାଧାନ ହୋଇପାରିବ । ସମସ୍ତ ପ୍ରକାର କେଶ ସମସ୍ୟା ଦୂର କରିବା ପାଇଁ ଆପଣ ଏହି ଉପାୟକୁ ଆପଣାଇ ପାରିବେ । ଏହାଦ୍ୱାରା ଚନ୍ଦାପଣ ମଧ୍ୟ ଦୂର ହୋଇଥାଏ ।

ତେବେ ଆସନ୍ତୁ ଜାଣିବା – ଗୋଟିଏ ବଡ଼ ପିଆଜକୁ ଗୋଲ୍ ଆକାରରେ କାଟି ଗୋଟିଏ ଗ୍ଲାସ୍ ପାଣିରେ ଫୁଟାନ୍ତୁ । ସେଥିରେ ଗୋଟିଏ ଟିସ୍ପୁନ୍ କଳାଜିରା ପକାନ୍ତୁ । ପାଣି ଫୁଟି ଅଧାଗ୍ଲାସରୁ କମ୍ ହେବା ପରେ ଗ୍ୟାସ ବନ୍ଦ କରନ୍ତୁ ଏବଂ ସେହି ପାଣିକୁ ଛାଣି ରଖନ୍ତୁ । ଏହାପରେ ଆପଣ ଯେଉଁ ସାମ୍ପୂ ବ୍ୟବହାର କରୁଛନ୍ତି ସେଥିରୁ ଅଳ୍ପ ଗୋଟିଏ ବାଉଲରେ ଆଣି ଅଧା ଲେମ୍ବୁର ରସକୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାପରେ ପିଆଜ ଓ କଳାଜିରା ଫୁଟା ପାଣିରୁ ୨ ଚାମଚ ଆଣି ସାମ୍ପୂରେ ମିଶାନ୍ତୁ । ଯଦି ଆପଣ ଅଧିକ ସାମ୍ପୂ ବ୍ୟବହାର କରୁଥାନ୍ତି, ତେବେ ସେହି ଅନୁପାତରେ ପିଆଜ ଓ କଳାଜିରା ଫୁଟା ପାଣିକୁ ମିଶାନ୍ତୁ । ଏହାକୁ ଗୋଟିଏ ଏୟାର୍ ଟାଇଟ୍ ବୋତଲ କିମ୍ବା ଖାଲି ଥିବା ସାମ୍ପୁ ବୋତଲରେ ରଖନ୍ତୁ । କେଶ ଧୋଇବା ସମୟରେ ଏହାକୁ ବ୍ୟବହାର କରନ୍ତୁ । ଦେଖିବେ ଧୀରେ ଧୀରେ ଆପଣଙ୍କ ସବୁ ପ୍ରକାର କେଶ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *