ପାନ ଦ୍ୱାରା କରନ୍ତୁ ବ୍ରଣ ଉପଚାର, ଜାଣନ୍ତୁ କିପରି
ପୁଅ ହୁଅନ୍ତୁ କିମ୍ବା ଝିଅ, ଚେହେରାରେ ଥିବା ବ୍ରଣ ଓ କଳାଦାଗ ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ଫିକା କରିଦିଏ । ଏହାର ସମାଧାନ ପାଇଁ ଆଜିକାଲି ବିୟୁଟି ପାର୍ଲରରେ ଲେଜର୍ ଚିକିତ୍ସା କରାଯାଉଛି । ଆଉ କେତେଜଣ ବ୍ରଣ ଦୂର କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । କିନ୍ତୁ ଏସବୁ ବଦଳରେ ଖୁବ୍ କମ୍ ଖର୍ଚ୍ଚରେ ଓ ସହଜରେ ବ୍ରଣ ସମସ୍ୟା ଦୂର କରାଯାଇପାରିବ । ଆର୍ୟୁବେଦ ଅନୁଯାୟୀ ମାତ୍ର କେତୋଟି ପାନପତ୍ର ଦ୍ୱାରା ଏହାର ସମାଧାନ ସମ୍ଭବ । ତେବେ ଆସନ୍ତୁ ଜାଣିବା କିଭଳି କରିବେ ପାନପତ୍ରର ବ୍ୟବହାର । ଗୋଟିଏ ପ୍ୟାନରେ ୨ ଗ୍ଲାସ୍ ପାଣି ଫୁଟାନ୍ତୁ । ୮ଟି ପାନପତ୍ରକୁ ଭଲ ଭାବେ ଗ୍ରାଇଣ୍ଡ୍ କରି ସେଥିରେ ମିଶାନ୍ତୁ । ଏହି ପାଣି ଫୁଟି ପ୍ରାୟ ୧ ଗ୍ଲାସ୍ ଓ ଗାଢ଼ା ହୋଇଗଲେ ତାହାକୁ ଆଣି ଥଣ୍ଡା ହେବାକୁ ଦିଅନ୍ତୁ । ସମ୍ପୂର୍ଣ୍ଣ ଥଣ୍ଡା ହେବା ଏହାକୁ ଆଣି ଫେସପ୍ୟାକ୍ ଭାବେ ଲଗାନ୍ତୁ । ଅଧଘଣ୍ଟା ସେଭଳି ରଖି ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ । ଦେଖିବେ ଅଳ୍ପ କିଛିଦିନ ମଧ୍ୟରେ ବ୍ରଣ ଓ କଳାଦାଗ ସମସ୍ୟା ଦୂରେଇ ଯିବ ।