ବିୟୁଟି ଟିପ୍ସ: ଫେଷ୍ଟିଭ୍ ସିଜନ୍ ପାଇଁ ପରଫେକ୍ଟ ଇୟରିଂ

ଆଗକୁ ପାର୍ବଣ ଋତୁ । ଏହାକୁ ସ୍ୱାଗତ କରିବା ପାଇଁ ସମସ୍ତେ ବ୍ୟସ୍ତ । ଏହି ପାର୍ବଣ ଋତୁରେ ନିଜକୁ ଏକ ନିଆରା ଫ୍ୟାଶନେବୁଲ୍ ଲୁକ୍ ଦେବା ପାଇଁ ବିଶେଷ ଭାବେ ଝିଅମାନେ ଡ୍ରେସରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସବୁଥିରେ ଏକ ପରଫେକ୍ଟନେସ୍ ଚାହୁଁଛନ୍ତି । ଏହି ଫ୍ୟାଶନ୍ ଦୌଡ଼ରୁ ସାମାନ୍ୟ ଇୟରିଂ ମଧ୍ୟ ବାଦ୍ ପଡ଼ିନାହିଁ । କେଉଁଭଳି ଡ୍ରେସ୍ ସହିତ କେଉଁ ଇୟରିଂ ଏକ ପରଫେକ୍ଟ କମ୍ବିନେସନ୍ ଦେବ ଏବଂ ଏହା କିଭଳି ଭାବେ ମ୍ୟାଚ୍ କରାଯାଇପାରିବ, ସେ ସମ୍ପର୍କରେ ଝିଅମାନେ ବିୟୁଟିସିଆନଙ୍କ ପରାମର୍ଶ ଲୋଡ଼ୁଛନ୍ତି । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ –

୧- ପତଳା ବୋର୍ଡ଼ରର ଶାଢ଼ି ପିନ୍ଧୁଥିଲେ ତା’ ସାଙ୍ଗକୁ ଲେୟରର୍ଡ଼ ଚାନ୍ଦବାଲି ଇୟରିଂ ବେଶ୍ ମାନିଥାଏ । ସମସ୍ତ ଟ୍ରାଡିସନାଲ୍ ଡ୍ରେସ୍ ସହିତ ଏହି ଇୟରିଂ ପରଫେକ୍ଟ ମ୍ୟାଚ୍ ହୋଇଥାଏ ।

୨- ୱେଷ୍ଟର୍ଣ୍ଣ ଗାଉନ୍ କିମ୍ବା ୱାନପିସ୍ ସହିତ ସାଧା ହୁପ୍ ଇୟରିଂ ବଦଳରେ ଫୁଲ କିମ୍ବା ସାମୁକାଯୁକ୍ତ ହୁପ୍ ଇୟରିଂ କ୍ୟାରି କରନ୍ତୁ ।

୩- ଭାଇବ୍ରେଣ୍ଟ୍ ରଙ୍ଗର ଶାଢ଼ି କିମ୍ବା ଡ୍ରେସ୍ ସହିତ ହାଲକା ରଙ୍ଗର ଚମକଦାର୍ ଇୟରିଂ ଖୁବ୍ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଏହା ଷ୍ଟେଟମେଣ୍ଟ୍ ପିସ୍ ଭଳି ନଜର ଆସିବ ।

୪- ସିମ୍ପୁଲ୍ ୱାନପିସ୍ ଡ୍ରେସ୍ ସହିତ ସିଙ୍ଗଲ୍ ଡାଇମଣ୍ଡ ଇୟରିଂ ହିଁ ବାଛନ୍ତୁ । ଏହା ଆପଣଙ୍କୁ ଏକ କ୍ଲାସି ଲୁକ୍ ଦେଇଥାଏ ।

୫- ଲେହେଙ୍ଗା ଓ ହେଭି ଡିଜାଇନ୍ ଶାଢ଼ି ସହିତ ଗୋଲଡ୍ ଓ କଲରଫୁଲ୍ ପର୍ଲ ଯୁକ୍ତ ଲେୟରର୍ଡ଼ ଚାନ୍ଦବାଲି ଇୟରିଂ ବେଶ୍ ମାନିଥାଏ ।

୬- ଯଦି ଆପଣଙ୍କ ଆଉଟଫିଟରେ ସିଲଭର୍ କିମ୍ବା ଗୋଲଡେନ୍ କଲରରେ ଅଧିକ ଏମ୍ରୋଡୋରି ରହିଛି, ତାହେଲେ ତାହାକୁ ମ୍ୟାଚ୍ କରିବା ଭଳି ହ୍ୱାଇଟ୍ ମେଟାଲର ବଡ଼ ଇୟରିଂ ହିଁ ପିନ୍ଧନ୍ତୁ । ଏହା ଆପଣଙ୍କ ସୁନ୍ଦରତାକୁ ୨ ଗୁଣ ବଢ଼ାଇଦେବ ।

୭- ହେଭି ଓ ଲେୟାରର୍ଡ଼ ଇୟରିଂ କଳାରଙ୍ଗର ଡ୍ରେସ୍ ସହିତ ସବୁବେଳେ ପରଫେକ୍ଟ ମ୍ୟାଚ୍ ହୋଇଥାଏ ।

୮- ନୀଳ କିମ୍ବା ଧଳା ରଙ୍ଗର ଯେ କୌଣସି ଆଉଟଫିଟ୍ ପାଇଁ ସିଲଭର୍ ରଙ୍ଗର ଇୟରିଂ ହିଁ ସବୁଠାରୁ ଭଲ ବିକଳ୍ପ । ଏହି କମ୍ବିନେସନ୍ ଆପଣଙ୍କୁ ଏକ ରୟାଲ୍ ଲୁକ୍ ଦେବ ।

Leave a Reply

Your email address will not be published. Required fields are marked *