ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସୋରିଷ ତେଲ

ବିଭିନ୍ନ କ୍ଷେତ୍ରରେ ଘରୋଇ ଉପଚାର ପାଇଁ ସୋରିଷ ତେଲର ବ୍ୟବହାର ହୋଇଥାଏ । ରୋଷେଇରେ ସୋରିଷ ତେଲର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ । ଏହା ସହିତ ସୋରିଷ ତେଲ ଏକ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ଉପଯୋଗୀ । ଆଜ୍ଞା ହଁ, ବିୟୁଟିସିଆନ୍ଙ୍କ ମତରେ ଏହାକୁ ପ୍ରାକୃତିକ କ୍ଲିଞ୍ଜର୍ ଭଳି ବ୍ୟବହାର କରାଯାଇପାରିବ । ଏହାକୁ ମେକ୍ଅପ୍ ହଟାଇବାରେ ବ୍ୟବହୃତ କରାଯାଉଛି । ଏହା ମାତ୍ର କିଛି ମିନିଟ୍ ମଧ୍ୟରେ ଆପଣଙ୍କୁ ସ୍ୱାଭାବିକ ଚେହେରା ଦେଇଥାଏ ।

ପ୍ରତିଦିନ ସୋରିଷ ତେଲର ଫେସ୍ପ୍ୟାକ୍ ପ୍ରସ୍ତୁତ କରି ଚେହେରାରେ ମସାଜ୍ କରିବା ଦ୍ୱାରା ଆପଣ ଏକ ଚମକଦାର ତ୍ୱଚା ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ସୋରିଷ ତେଲର ଫେସ୍ପ୍ୟାକ୍ –
ଗୋଟିଏ ବାଉଲ୍ରେ ଅଳ୍ପ ବେସନ ନେଇ ସେଥିରେ ୧ ଚାମଚ ଦହି, ୩-୪ ବୁନ୍ଦା ଲେମ୍ବୁରସ ଓ ସୋରିଷ ତେଳର କିଛି ବୁନ୍ଦା ପକାଇ ଭଲ ଭାବେ ଗୋଳାନ୍ତୁ । ଏହି ପେଷ୍ଟକୁ ଚେହେରା ଓ ବେକରେ ଭଲ ଭାବେ ଲଗାଇ ମସାଜ କରନ୍ତୁ । ୧୦-୧୫ ମିନିଟ୍ ରଖିବା ପରେ ଧୋଇଦିଅନ୍ତୁ । ସପ୍ତାହରେ ୨-୩ ଦିନ ଏଭଳି କରନ୍ତୁ ।

Leave a Reply

Your email address will not be published. Required fields are marked *