ଲିକ୍ୟୁଡ୍ ଲିପଷ୍ଟିକ୍ ଲଗାଉଥିଲେ ଜାଣିରଖନ୍ତୁ କିଛି ଟିପ୍ସ୍
ଆଜିକାଲି ସାଧାରଣ ଲିପଷ୍ଟିକ୍ ଅପେକ୍ଷା ଳିକ୍ୟୁଡ୍ ଲିପଷ୍ଟିକର ଆଦର ଅଧିକ । କିନ୍ତୁ ଏହା ଲଗାଇବା ସମୟରେ କିଛି ସାବଧାନତା ପ୍ରତି ଧ୍ୟାନ ଦେବାକୁ ହେବ । ନଚେତ୍ ଏହା ଓଠକୁ ସୁନ୍ଦର କରିବା ପରିବର୍ତ୍ତେ ଆପଣଙ୍କ ମେକଅପକୁ ସମ୍ପୂର୍ଣ୍ଣ ଫିକା କରିଦେବ । ତେବେ ଆସନ୍ତୁ ଜାଣିବା ଲିକ୍ୟୁଡ୍ ଲିପଷ୍ଟିକ୍ ଲଗାଇବା ପାଇଁ କିଛି ଟିପ୍ସ –
୧- ଏହାକୁ ସାମାନ ଲିପଷ୍ଟିକ୍ ଭଳି ତରବରିଆ ଭାବେ ଲଗାନ୍ତୁ ନାହିଁ । ଏହାକୁ ଧୀର ଭାବରେ ଅଳ୍ପ ସମୟ ନେଇ ଲଗାନ୍ତୁ । ତରବରିଆ ଭାବେ ଲଗାଇବା ଦ୍ୱାରା ଏହା ଓଠ ଉପରେ ଅଧିକ ସମୟ ରହିବ ନାହିଁ ଏବଂ ଓଠର ବାହାରେ ଲାଗିବା ଦ୍ୱାରା ଅସୁନ୍ଦର ଦେଖାଯିବ ।
୨- ବିନା ମେକଅପ୍ରେ ଲିକ୍ୟୁଡ୍ ଲିପଷ୍ଟିକ୍ ଲଗାନ୍ତୁ ନାହିଁ । ଯଦି ଲିକ୍ୟୁଡ୍ ଲିପଷ୍ଟିକ୍ ଲଗାଉଛନ୍ତି ତେବେ ହାଲ୍କା ମେକଅପ୍ ନେବା ନିହାତି ଆବଶ୍ୟକ । ନହେଲେ ଏହା ଆପଣଙ୍କ ସୁନ୍ଦରତାକୁ ବିଗାଡ଼ି ଦେବ ।
୩ – ଲିକ୍ୟୁଡ୍ ଲିପଷ୍ଟିକକୁ କେବଳ ଥରେ ଲଗାଇଲେ ଯଥେଷ୍ଟ । ଏହାକୁ ଅଧିକ ପରସ୍ତ କରି ଲଗାନ୍ତୁ ନାହିଁ ।
୪- ଓଠ ଫାଟିଥିଲେ ଲିକ୍ୟୁଡ୍ ଲିପଷ୍ଟିକ୍ ଲଗାଇବା ଠାରୁ ଦୂରେଇ ରହନ୍ତୁ ।
୫- ଅନେକଙ୍କର ଓଠ ଖୁବ୍ ପତଳା ଥାଏ । ତେଣୁ ଲିକ୍ୟୁଡ୍ ଲିପଷ୍ଟିକ୍ ଲଗାଇବା ପୂର୍ବରୁ ପ୍ରଥମେ ଲିପ୍ ଲାଇନର୍ ଦ୍ୱାରା ଓଠକୁ ସଠିକ୍ ଆକାର ଦିଅନ୍ତୁ ଏବଂ ପରେ ସେହି ଲାଇନ୍ ଅନୁଯାୟୀ ଲିପଷ୍ଟିକ୍ ଲଗାନ୍ତୁ ।
୬- ଲିକ୍ୟୁଡ୍ ଲିପଷ୍ଟିକ୍ ଯୋଗୁଁ ଅନେକଙ୍କର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ବିୟୁଟିସିଆନଙ୍କ ପରାମର୍ଶ ଅନୁଯାୟୀ ଆପଣଙ୍କ ତ୍ୱଚାକୁ ସୁହାଇଲା ଭଳି ଲିପଷ୍ଟିକ୍ ବାଛନ୍ତୁ ।