ବିୟୁଟି ଟିପ୍ସ: ରେଜର୍ ବ୍ୟବହାର ପରେ ତ୍ୱଚାର ଯତ୍ନ

ରେଜର୍ ବ୍ୟବହାର କରିବା ପରେ ତ୍ୱଚାରେ ଲାଲ୍ ଦାଗ, ତ୍ୱଚା ରୁକ୍ଷ ଲାଗିବା ଓ କିଛି ସମୟ ପରେ ତ୍ୱଚାରେ ଜ୍ୱଳନ ଭଳି ସମସ୍ୟା ଦେଖାଦେଇଥାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ କିଛି ଟିପ୍ସ ଟ୍ରାଏ କରନ୍ତୁ । ତେବେ ଆସନ୍ତୁ ଜାଣିବା-
୧- ତ୍ୱଚାର ଜ୍ୱଳନ ସମସ୍ୟା ଦୂର କରିବା ପାଇଁ ଏଲୋବେରା ଜେଲ୍ ଲଗାନ୍ତୁ । ଏହା ଜ୍ୱଳନ କମ୍ କରିବା ସହିତ ତ୍ୱଚାରେ ଚମକ ଆଣିବ ।
୨- ରେଜର୍ ବ୍ୟବହାର ପରେ ମହୁ ଲଗାନ୍ତୁ । ରେଜର୍ ଦ୍ୱାରା କଟିଯାଇଥିବା ସ୍ଥାନରେ ମହୁ ଲଗାଇବା ଦ୍ୱାରା ଆଣ୍ଟିସେପ୍ଟିକ୍ ଭଳି କାମ କରିଥାଏ । ଏହା ସ÷ହିତ ତ୍ୱଚାକୁ କୋମଳ କରିଥାଏ । ମହୁ ସହିତ ଗୋଟିଏ ଚୁଟକି ହଳଦି ମିଶାଇ ଲଗାନ୍ତୁ । ଏହା ଅଧିକ ଲାଭପ୍ରଦ ।
୩- ଲାଲ୍ ଦାଗ ଦୂର କରିବା ପାଇଁ ଟିବ୍ୟାଗର ବ୍ୟବହାର କରନ୍ତୁ । ଚାହାରେ ଟେନିକ୍ ନାମକ ଏକ ତତ୍ୱ ରହିଛି ଯାହାକି ଲାଲ୍ ଦାଗ ଦୂର କରିବା ସହ ତ୍ୱଚାର ଜ୍ୱଳନ ସମସ୍ୟାରୁ ମୁକ୍ତି ଦେଇଥାଏ । ଗୋଟିଏ ଟିବ୍ୟାଗକୁ ଏକ କପ୍ ପାଣିରେ ଭିଜାଇ ରଖନ୍ତୁ । ୫ ମିନିଟ୍ ପରେ ସେହି ଟିବ୍ୟାଗକୁ ଲାଲ୍ ଦାଗ ପଡ଼ିଥିବା ସ୍ଥାନରେ ହାଲକା ମାଲିସ୍ କରନ୍ତୁ । ଦିନକୁ ୨-୩ ଥର ଏଭଳି କରନ୍ତୁ ।
୪- ଗୋଟିଏ ଗ୍ଲାସ୍ ପାଣିରେ ଅଧା ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ସେଥିରେ କିଛି ତୁଳାକୁ ଭିଜାଇ ତ୍ୱଚାରେ ଲଗାନ୍ତୁ । ଲେମ୍ବୁରେ ଆଣ୍ଟି ଅକ୍ସିଡେଣ୍ଟ୍ ଥିବାରୁ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *