ବିୟୁଟି ଟିପ୍ସ: ବର୍ଷାଦିନରେ କେଶର ଯତ୍ନ

ବର୍ଷାଦିନରେ କେଶ ଓଦା ହେଲେ କେଶମୂଳ ଦୁର୍ବଳ ହୋଇଯାଏ । ଫଳରେ କେଶ ଝଡ଼ିବା ଓ କେଶ ଫାଟିବା ଭଳି ସମସ୍ୟା ଦେଖାଦିଏ । ଏହା ସହିତ ବର୍ଷା ଦିନରେ ପରିବେଶରେ ଆଦ୍ରତା ଥିବାରୁ ବାହାର ଧୁଳି କେଶରେ ଲାଗି ରହେ । ଫଳରେ ରୂପି ସମସ୍ୟା ଓ କେଶରେ ରୁଖାପଣ ସୃଷ୍ଟି ହୋଇଥାଏ ।

ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କିଛି ଟିପ୍ସ ଜାଣିରଖନ୍ତୁ ।
୧- ବର୍ଷାଦିନରେ ବାହାରୁ ଆସିବା ପରେ କେଶ ଓଦା ଥିଲେ ଗାମୁଛାରେ ନପୋଛି ଉଷୁମ ପାଣିରେ ସଙ୍ଗେ ସଙ୍ଗେ ସାମ୍ପୁ କରନ୍ତୁ ।
୨- ବାହାରକୁ ଯାଇଥିବା ସମୟରେ କେଶ ଓଦା ହୋଇଗଲେ ଜୁଡ଼ା କିମ୍ବା ଇଲାଷ୍ଟିକ୍ ଓ କ୍ଲିପ୍ ଲଗାନ୍ତୁ ନାହିଁ । କାରଣ ଓଦା କେଶ ଅଧିକ ସମୟ ରହିଲେ ସେଥିରେ ଫଙ୍ଗସ୍ ହେବାର ଯଥେଷ୍ଟ ଆଶଙ୍କା ଥାଏ । ଏହା ଦ୍ୱାରା କେଶର ଚର୍ମ କୁଣ୍ଡାଇ ହେବା ଓ କେଶ ଝଡ଼ିବା ଆଦି ସମସ୍ୟା ଦେଖାଦିଏ । ତେଣୁ ବର୍ଷା ଦିନରେ କେଶ ଖୋଲା ରଖନ୍ତୁ ।
୩-
ବର୍ଷାଦିନରେ କେଶ ଧୋଇବା ପରେ କଣ୍ଡିସନିଙ୍ଗ୍ କରିବାକୁ ଭୁଲନ୍ତୁ ନାହିଁ । ଏହା ରୁକ୍ଷ କେଶ ସମସ୍ୟାକୁ ଦୂର କରିଥାଏ ।
୪- ବର୍ଷାଦିନରେ କେଶ କୁଣ୍ଡାଇବା ପାଇଁ ବଡ଼ ଦାନ୍ତ ପାନିଆ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ଜଟ ଶୀଘ୍ର ବାହରିଯାଏ ଏବଂ କେଶ ଫାଟି ନଥାଏ ।
୫- ବର୍ଷାଦିନରେ ଅଧିକ ତେଲ ଲଗାନ୍ତୁ ନାହିଁ । କାରଣ ତେଲିଆ କେଶରେ ବର୍ଷାପାଣି ପଡ଼ିବା ଫଳରେ ରୁପି ସମସ୍ୟା ସୃଷ୍ଟି ହୋଇଥାଏ ।
୬- ବର୍ଷାଦିନରେ କେଶ କଲରିଂରୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *