ଧଳାକେଶ ସମସ୍ୟା ଦୂର କରିବା ପାଇଁ କିଛି ବିୟୁଟି ଟିପ୍ସ
ପରିବେଶ ପ୍ରଦୂଷଣ ଓ ଆଜିକାଲିର ଅନିୟନ୍ତ୍ରିତ ଖାଦ୍ୟ ଶୈଳୀ ପାଇଁ ଅସମୟରେ ଧଳା କେଶ ସମସ୍ୟା ଦେଖାଯାଉଛି । ଏହାକୁ ଦୂର କରିବା ପାଇଁ ବିୟୁଟିସିଆନ୍ ମାନେ ଅନେକ ପ୍ରକାର ଉପାୟ କରିଥାନ୍ତି । କିନ୍ତୁ ସେସବୁ ଖୁବ୍ ବ୍ୟୟବହୁଳ । ତେଣୁ କିଛି ଘରୋଇ ଉପାୟରେ ମଧ୍ୟ ଧଳାକେଶ ସମସ୍ୟାକୁ ଦୂର କରିହେବ । ତେବେ ଆସନ୍ତୁ ଜାଣିବା –
ରୋଷେଇ ଘରେ ବ୍ୟବହାର ହେଉଥିବା କଳାଜିରା ଓ ଆଲୋବେରା ଜେଲ୍ ଧଳା କେଶ ସମସ୍ୟାରୁ ମୁକ୍ତି ଦେବ । କିଛି କଳାଜିରା ନେଇ ତାହାକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ । ସେଥିରେ ଆଲୋବେରା ଜେଲ୍ ଓ ଗୋଟିଏ ଭିଟାମିନ୍ ଇ କ୍ୟାପସୁଲ୍ ଭାଙ୍ଗି ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାକୁ ଶୋଇବା ପୂର୍ବରୁ କେଶ ମୂଳରେ ଭଲ ଭାବେ ମାଲିସ୍ କରନ୍ତୁ । ଗୋଟିଏ ରାତି ଏହାକୁ ରଖିବା ପରେ ସକାଳେ ହାଲକା ଉଷୁମ ପାଣିରେ ସଫା କରନ୍ତୁ । ଲଗାତାର ଏଭଳି ଗୋଟିଏ ମାସ କରିବା ଦ୍ୱାରା ଆପଣ ନିଜେ ଫରକ ଜାଣିପାରିବେ ।