ଚଷମା ଦାଗ ଦୂର କରିବା ପାଇଁ ବିୟୁଟି ଟିପ୍ସ

ସବୁବେଳେ ଚଷମା ପିନ୍ଧିବା ଦ୍ୱାରା ଚେହେରାରେ ଦାଗ ଆସିଯାଏ । ଏହି ଦାଗ ଧୀରେ ଧୀରେ ଅଧିକ କଳା ଓ ଗଭୀର ହୋଇଥାଏ । ଫଳରେ ଚେହେରାର ସୌନ୍ଦର୍ଯ୍ୟ ଫିକା ପଡ଼ିଯାଏ । ଏହାକୁ ଦୂର କରିବା ପାଇଁ ଯେଉଁସବୁ ଘରୋଇ ଟିପ୍ସ ରହିଛି ସେ ସମ୍ପର୍କରେ ଆସନ୍ତୁ ଜାଣିବା –
୧- ଏଲୋବେରା
କସମେଟିକ୍ ଗୁଣ ପାଇଁ ବେଶ୍ ପରିଚିତ ଏଲୋବେରା ଚଷମା ଦାଗ ଦୂର କରିବା କ୍ଷେତ୍ରରେ ସହାୟକ । ଦାଗ ହୋଇଥିବା ସ୍ଥାନରେ ଭଲ ଭାବେ ଏଲୋବେରା ଜେଲ୍ ଲଗାଇ ୧୫-୨୦ ମିନିଟ୍ ଛାଡ଼ିଦିଅନ୍ତୁ । ଏହାପରେ ଉଷୁମ ପାଣିରେ ଧୋଇଦିଅନ୍ତୁ । ଦିନକୁ ଦୁଇଥର ଏଭଳି କରନ୍ତୁ ।
୨- ଆଳୁ

ଆଳୁରେ ବ୍ଲିଚିଙ୍ଗ୍ ଏଜେଣ୍ଟ୍ ଥିବାରୁ ଏହା କଳାଦାଗ ଦୂର କରିବା ସହ ଚେହେରାର ରଙ୍ଗକୁ ସଫା କରିଥାଏ । ତେଣୁ ଗୋଟିଏ ଆଳୁକୁ କାଟି ଦାଗ ହୋଇଥିବା ସ୍ଥାନରେ ମସାଜ୍ କରନ୍ତୁ । କିମ୍ବା ଗୋଟିଏ ଆଳୁର ରସ ବାହାର କରି ଦାଗ ଉପରେ ଲଗାନ୍ତୁ । ଅଧଘଣ୍ଟା ରଖିବା ପରେ ଧୋଇଦିଅନ୍ତୁ ।
୩- ଲେମ୍ବୁ ଓ କାକୁଡ଼ି
ଲେମ୍ବୁ ଓ କାକୁଡ଼ି ରସକୁ ଭଲଭାବେ ଫେଣ୍ଟି ଚେହେରାରେ ଲଗାନ୍ତୁ । ଏହା ଚେହେରାକୁ କୋମଳ ରଖିବା ସହିତ ତ୍ୱଚାରେ ଥିବା ସମସ୍ତ ଦାଗକୁ ହଟାଇଥାଏ ।

Leave a Reply

Your email address will not be published. Required fields are marked *