ଆପଣାନ୍ତୁ ମନସୁନ୍ ମେକଅପ୍ ଟିପ୍ସ୍: ନିଜକୁ ଦିଅନ୍ତୁ ଟ୍ରେଣ୍ଡି ଲୁକ୍

ଓଦା ହେବା ଭୟରେ ବର୍ଷାଦିନିଆ ଆଉଟ୍ ଫିଟକୁ ନେଇ ସବୁବେଳେ ଚିନ୍ତା ଲାଗି ରହିଥାଏ । । ତା’ ସାଙ୍ଗକୁ ମେକଅପ୍ କ୍ଷେତ୍ରରେ ମଧ୍ୟ ଅନେକ କିଛି କମ୍ପ୍ରମାଇଜ୍ କରିବାକୁ ପଡ଼ିଥାଏ । କିନ୍ତୁ ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଫ୍ୟାଶନ୍ ପଣ୍ଡିତମାନେ କିଛି ଟିପ୍ସ୍ କହିଛନ୍ତି, ଯାହାଦ୍ୱାରା ଆପଣ ମନସୁନରେ ମଧ୍ୟ ଏକ ଟ୍ରେଣ୍ଡିଲୁକ୍ ପାଇପାରିବେ । ତେବେ ଆସନ୍ତୁ ଜାଣିବା –
୧- ବର୍ଷାଦିନରେ ଜିନ୍ସ ଓ ଜ୍ୟାକେଟ୍ ବଦଳରେ ବ୍ରାଇଟ୍ ରଙ୍ଗର କୌଣସି ସର୍ଟ ଟପ୍ ସହିତ ଜେଗିଙ୍ଗସ୍ ଟ୍ରାଏ କରନ୍ତୁ । ସିଫନ୍ ଟପ୍ ସହିତ ମିନିସ୍କର୍ଟ ମଧ୍ୟ ଏକ ଟ୍ରେଣ୍ଡି ଲୁକ୍ ଦେଇଥାଏ ।
୨- ଫୁଲ୍ ସ୍ଲିଭ୍ ବଦଳରେ ସର୍ଟ ସ୍ଲିଭ୍ କିମ୍ବା ସ୍ଲିଭଲେସ୍ ଟପ୍ ଓ ଅପେକ୍ଷାକୃତ ଢିଲା ଡ୍ରେସ୍ ପିନ୍ଧନ୍ତୁ । ସେମି କଟନ୍ କିମ୍ବା ଜରଜେଟ୍ ସାଲୱାର୍ ସୁଟ୍ ବର୍ଷାଦିନରେ ଏକ ଟ୍ରେଣ୍ଡି ଲୁକ୍ ଦେଇଥାଏ ।
୩- ହଳଦିଆ ସହିତ ନୀଳ ନାରଙ୍ଗୀ କିମ୍ବା ଗ୍ରେ ରଙ୍ଗର ଡ୍ରେସ୍ ମନସୁନରେ ପରଫେକ୍ଟ ଲୁକ୍ ଦେଇଥାଏ । ବ୍ରାଇଟ୍ ରଙ୍ଗର ବ୍ୟାଗ୍, ରେନକୋଟ୍ କିମ୍ବା ଛତା ମଧ୍ୟ ଫ୍ୟାଶନ୍ ଅପଡେଟରେ ସାମିଲ୍ ହୋଇଛି ।
୪- ଯେ କୌଣସି ଡ୍ରେସ୍ ସହିତ ଓପନ୍ ସେଣ୍ଡଲସ୍ ଓ ଫ୍ଲିପଫପ୍ ବର୍ଷା ଦିନରେ ବେଶ୍ ଫ୍ୟାଶନେବୁଲ୍ ଲୁକ୍ ଦେଇଥାଏ ।
୫- ବର୍ଷାଦିନରେ କେଶରେ ପୋନିଟେଲ୍ କିମ୍ବା ଅନ୍ୟ କୌଣସି ପ୍ରକାର ଷ୍ଟାଇଲ୍ ନକରି ଖୋଲା ଛାଡନ୍ତୁ । ଏକ କ୍ଲଚର୍ ସାହାଯ୍ୟରେ କେଶକୁ ହାଲକା ବାନ୍ଧନ୍ତୁ । ମନସୁନରେ ସର୍ଟ ହେୟାର୍ ଷ୍ଟାଇଲ୍ ଆହୁରି ଭଲ ଲୁକ୍ ଦେଇଥାଏ ।
୬- ଲେୟାର୍ ଟାଇପ୍ ମେକଅପ୍ ଠାରୁ ଦୂରେଇ ରହିବା ସହିତ ୱାଟର୍ ପ୍ରୁଫ୍ ମେକଅପ୍ କରନ୍ତୁ । କିନ୍ତୁ ମନେ ରଖନ୍ତୁ ବର୍ଷାଦିନରେ ଆଇଶାଡୋ କିମ୍ବା ଆଇ ଲାଇନର୍ କମ୍ ଲଗାନ୍ତୁ । ହାଲକା ରଙ୍ଗର ମେକଅପ୍ ମନସୁନ ପାଇଁ ପରଫେକ୍ଟ ବୋଲି ବିୟୁଟିସିଆନ୍ ମତ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *