ବର୍ଷାଦିନରେ ବ୍ରଣ ସମସ୍ୟାରୁ ମୁକ୍ତି ପାଇଁ ଟିପ୍ସ୍
ବର୍ଷାଦିନର ପରିବେଶରେ ଆଦ୍ରତା ଥିବାରୁ ଅଧିକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ ଏବଂ ଏଥିପାଇଁ ଦେଖାଯାଏ ବିଭିନ୍ନ ପ୍ରକାର ସ୍କିନ୍ ଡିଜିଜ୍ । ସେସବୁ ଡିଜିଜ୍ ମଧ୍ୟରୁ ପ୍ରାୟ ସମସ୍ତେ ବ୍ରଣ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି, ଯାହାକି ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଠ କରିଥାଏ । ଏହାକୁ ଦୂର କରିବା ପାଇଁ କିଛି ସରଳ ଓ ସହଜ ଘରୋଇ ଟିପ୍ସ ରହିଛି । ଆସନ୍ତୁ ଜାଣିବା –
୧- ବର୍ଷାରେ ଓଦା ହେବା ସହିତ ଧୁଳି ସସ୍ପର୍ଶରେ ଆସିବା ଦ୍ୱାରା ତ୍ୱଚାରେ ବ୍ୟାକ୍ଟେରିଆ ଫରମେସନ୍ ହୋଇଥାଏ । ଫଳରେ ବ୍ରଣ ହୋଇଥାଏ । ତେଣୁ ବାହାରୁ ଆସିବା ପରେ ପ୍ରତିଦିନ ଦିନକୁ ଦୁଇଥର ଉଷୁମ ପାଣିରେ କୌଣସି କ୍ଲିଞ୍ଜର୍ ସାହାଯ୍ୟରେ ମୁହଁ ଧୋଇଦିଅନ୍ତୁ ।
୨- ସନସ୍କ୍ରୀନ୍ ଲୋସନ୍ କେବଳ ଖରାଦିନେ ନୁହେଁ ବର୍ଷାଦିନରେ ମଧ୍ୟ ବାହାରକୁ ଯିବା ସମୟରେ ବ୍ୟବହାର କରନ୍ତୁ ।
୩- ବର୍ଷାଦିନରେ ବାହାରକୁ ଯିବା ସମୟରେ ବାରମ୍ବାର ମୁହଁକୁ ରୁମାଲ୍ କିମ୍ବା ହାତରେ ପୋଛନ୍ତୁ ନାହିଁ । ଯଦି ଏଭଳି କରିବା ଆବଶ୍ୟକ ହେଉଛି, ତେବେ ପ୍ରଥମେ ରୁମାଲ୍ ଓ ହାତ ସଫା ଅଛି କି ନାହିଁ ଦେଖନ୍ତୁ ।
୪- କିଛିଦିନ ବ୍ୟବଧାନରେ ଟୋନିଙ୍ଗ୍ କରାଇ ନିଅନ୍ତୁ ।
୫- ସବୁଦିନ ବ୍ୟାଗରେ ନୂଆ ଟିସୁ ପେପର୍ ରଖନ୍ତୁ । ପୁରୁଣା ଟିସୁ ପେପର୍ ରଖିଥିଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହେବାର ଆଶଙ୍କା ଥାଏ ।
୬- ୱାଟରପ୍ରୁଫ୍ ମେକଅପ୍ ବ୍ୟବହାର କରନ୍ତୁ ।