ବ୍ରେକଫାଷ୍ଟରେ ସାମିଲ୍ କରନ୍ତୁ ଏହି ଜିନିଷ, ଚମକି ଉଠିବ ଚେହେରା

ଉଷୁମ ପାଣି ଗ୍ଲାସରୁ ଦିନ ଆରମ୍ଭ କଲେ ଅଧିକାଂଶ ରୋଗ ଭଲ ହୋଇଥାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି । କିନ୍ତୁ ଖାଲି ଏକ ଗ୍ଲାସ ଉଷୁମ ପାଣି ଦ୍ୱାରା କାମ ଚଳିବନି, ସୁସ୍ଥ ତ୍ୱଚା ଓ ନିରୋଗ ଶରୀର ପାଇବାକୁ ହେଲେ ସକାଳର ଜଳଖିଆ ନିହାତି ଆବଶ୍ୟକ । ସକାଳ ୯ଟା ମଧ୍ୟରେ କିଛି ନା କିଛି ଖାଇନେବା ଉଚିତ୍ । ତେବେ ବ୍ରେକଫାଷ୍ଟ ତାଲିକାରେ ଆପଣ ଏଭଳି ଗୋଟିଏ ଜିନିଷ ସାମିଲ୍ କରନ୍ତୁ, ଯାହା ଶରୀରକୁ ଶକ୍ତି ଦେବା ସହ ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ଖୁବ୍ ସହାୟକ ।

ବ୍ରେକଫାଷ୍ଟ୍ ସମରେ ବଲିଉଡ୍ ତାରକାମାନଙ୍କର ମଧ୍ୟ ପ୍ରଥମ ପସନ୍ଦ ହେଉଛି ଏହି ଜିନିଷ । ଏହା ଫିଟନେସ୍ ସହିତ ଯେ କୌଣସି ଋତୁରେ ମଧ୍ୟ ତ୍ୱଚାକୁ ଚମକଦାର୍ କରିଥାଏ । ତେବେ ଏହି ଜିନିଷଟି ହେଉଛି ଅଣ୍ଡା । ଆପଣ ପ୍ରତିଦିନ ନିଜ ବ୍ରେକଫାଷ୍ଟରେ ଅନ୍ୟ ଖାଦ୍ୟ ସହ ୧-୨ଟି ଅଣ୍ଡା ସାମିଲ୍ କରନ୍ତୁ । ସିଝା ଅଣ୍ଡା ଖାଇବା ପସନ୍ଦ ନଥିଲେ, ଆପଣ ଅଣ୍ଡାର ବିଭିନ୍ନ ପ୍ରକାର ଆଇଟମ୍ କରି ଖାଇପାରିବେ । ୨-୩ ମାସ ଏଭଳି ଖାଇବା ପରେ ଧୀରେ ଧୀରେ ଆପଣ ଫରକ୍ ଜାଣିପାରିବେ ।

Leave a Reply

Your email address will not be published.